ନନ୍ଦନକାନନକୁ ଆସିବ ଅଷ୍ଟ୍ରେଲିୟାର କଙ୍ଗାରୁ : ନୂଆ ପ୍ରୋଜେକ୍ଟରେ ଖୋଲିବ ଟନେଲ ଆକ୍ବାରିୟମ, ଜଳପକ୍ଷୀ ଅଭୟାରଣ୍ୟ,ନାଇଟ ସଫାରୀ

ଦର୍ଶକଙ୍କ ଅନୁଭୂତିକୁ ଦୁଇଗୁଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କଲେ ମାଷ୍ଟରପ୍ଲାନ୍‌ । ଯାହାପରେ ନନ୍ଦନକାନନ ହେବ ବିଶ୍ୱସ୍ତରୀୟ ପ୍ରାଣୀ ଉଦ୍ୟାନ ।

(କେନ୍ୟୁଜ ବ୍ୟୁରୋ) : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏବେ ଆହୁରି ମଜାଦାର ହେବ ନନ୍ଦନକାନନ ବୁଲିବା । ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଅଷ୍ଟ୍ରେଲିୟାର କଙ୍ଗାରୁ । ଦର୍ଶକଙ୍କ ଅନୁଭୂତିକୁ ଦୁଇଗୁଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କଲେ ମାଷ୍ଟରପ୍ଲାନ୍‌ । ଯାହାପରେ ନନ୍ଦନକାନନ ହେବ ବିଶ୍ୱସ୍ତରୀୟ ପ୍ରାଣୀ ଉଦ୍ୟାନ ।

5T ଯୋଜନାରେ ନନ୍ଦନକାନନକୁ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ କରିବେ ରାଜ୍ୟସରକାର। ମେ ୨୩ରେ ଫରେଷ୍ଟ ଡିପାର୍ଟମେଣ୍ଟର ରିଭ୍ୟୁ ମିଟିଙ୍ଗ ସମୟରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିଲେ । ତେବେ ଆପଣଙ୍କୁ ସୂଚନା ପାଇଁ କହିବାକୁ ଚାହିଁବୁ ଯେ ନୂଆ ପ୍ରୋଜେକ୍ଟରେ ଖୋଲିବାକୁ ଯାଉଛି ଟନେଲ ଆକ୍ବାରିୟମ, ଜଳପକ୍ଷୀ ଅଭୟାରଣ୍ୟ ଏବଂ ନାଇଟ ସଫାରୀ।

ବିଦେଶରୁ ଅନେକ ପ୍ରକାରର ପକ୍ଷୀ ଓ ପଶୁ ନନ୍ଦନକାନନକୁ ଆଣିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । ଟୁରିଷ୍ଟଙ୍କୁ ଆକର୍ଷିତ କରିବା ପାଇଁ ଅଷ୍ଟ୍ରେଲିଆରୁ ଆସିବ କଙ୍ଗାରୁ। ମନୋରମ ପକ୍ଷୀ ମଧ୍ୟରେ କାସୋୱାରୀ ମଧ୍ୟ ଆସିବ। ନିର୍ଦ୍ଧାରିତ ସମୟ ଭିତରେ ସମସ୍ତ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ପ୍ରାଣୀ ଉଦ୍ୟାନ ପରିସରରେ ପ୍ଲାଷ୍ଟିକ ବନ୍ଦ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ତେବେ ଏହି ରୂପାନ୍ତରୀକରଣର ପ୍ରଥମ ପର୍ଯ୍ୟାୟ ୨୦୨୩ରୁ ୨୦୨୫ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୦୨୫ ରୁ ୨୦୨୮ ପର୍ଯ୍ୟନ୍ତ ଚାଲିବ । କହିବାକୁ ଚାହିଁବୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୭୭ ପ୍ରଜାତିର ପକ୍ଷୀ, ୩୦ ପ୍ରଜାତିର ସରୀସୃପ ଏବଂ ୬ ପ୍ରଜାତିର ଉଭୟଚର ପ୍ରାଣୀ ଅଛନ୍ତି । ଏଠାରେ ୧୬୧ଟି ପ୍ରଜାତିର ମୋଟ ୪,୦୧୨ ପଶୁ ଅଛନ୍ତି । ଦର୍ଶକବନ୍ଧୁ ଆପଣ ଏଥର ନୂଆବର୍ଷରେ ନନ୍ଦନକାନନ ବୁଲିବାକୁ ଯାଉଛନ୍ତି କି ନାହିଁ । ଏଥର ତ ନନ୍ଦନକାନନରେ ରୋପେଓ୍ଵର ବି ମଜା ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.