Below header

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଓ SOP ନେଇ ଆଜି ନିଆଯିବ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଓ SOP ନେଇ ଆଜି ନିଆଯିବ ନିଷ୍ପତ୍ତି। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିନ ୧୨ଟାରେ ଭର୍ଚୁଆଲରେ ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠବ ବସି ଆଲୋଚନା କରାଯିବ। ବୈଠକରେ ଜିଲ୍ଲାପାଳ, ଏସ୍‌ପି, ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସମସ୍ତ ନିଯୋଗର ସେବାୟତ ପ୍ରତିନିଧି ଓ ASI ସୁପରିଟେଣ୍ଡେଣ୍ଟ ପ୍ରମୁଖ ଉପସ୍ଥିତ ରହିବେ। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ମାସ ଆରମ୍ଭରୁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ୍‌ କରାଯାଉଛି। ପୂର୍ବରୁ କରୋନା ପାଇଁ ୧୦ମାସ ଧରି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖାଯାଇଥିଲା।

ପୁରୀରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ୧୧୨ ଜଣ ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୨ରେ ପହଁଚିଛି । କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ୧୦ ସେବାୟତ । ଏଥିସହ ଶ୍ରୀମନ୍ଦିର ପ୍ରଶାସନର ୫ଜଣ କର୍ମଚାରୀ, ଜଣେ ଜଗନ୍ନାଥ ଟେମ୍ପୁଲ ପୋଲିସ, ମାଳି ଏବଂ ୧୦ଜଣ ଜୋତାଷ୍ଟାଣ୍ଡର କର୍ମଚାରୀ ଆକ୍ରାନ୍ତ ହୋଇ ଆଇସୋଲେସନ ରହିଛନ୍ତି । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କର କୋଭିଡ ଟେଷ୍ଟ କରାଯିବ । ଏବେ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ତାକୁ ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏପଟେ ଜୋତାଷ୍ଟାଣ୍ଡର କର୍ମଚାରୀ ମୁହଁରେ ସିଲଡ ମାସ୍କ ପରିଧାନ କରିବେ ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.