କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ଯା ନା ଆତ୍ମହତ୍ଯା କାରଣ ଅସ୍ପଷ୍ଟ

(କେନ୍ଯୁଜ ବ୍ଯୁରୋ):  କଟକ ଜିଲ୍ଲା ମାହାଙ୍ଗା ଥାନା ରାହାଣିଆ ପଞ୍ଚାୟତ ରାହାଣିଆ ଠାରେ କୂଅ ଭିତରୁ ଜଣେ ୨୧ ବର୍ଷୀୟା ଯୁବତୀ ର ମୃତ ଦେହ ଉଦ୍ଧାର କରାଯାଇଛି l ମୃତ ଯୁବତୀ ଜଣକ ହେଲେ ସୁରେନ୍ଦ୍ର ନାୟକଙ୍କ ଝିଅ ଜ୍ୟୋତିପ୍ରିୟା ନାୟକ ଘର ଠାରୁ ୧୦୦ ମିଟର ଦୂରରେ ପଡ଼ୋଶୀ କୂଅ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି l

ଗତକାଲି ଠାରୁ ନିଖୋଜ ଥିବା ନେଇ ମୃତ ଯୁବତୀଙ୍କ ବାପା ସୁରେନ୍ଦ୍ର କହିଛନ୍ତି l ଘଟଣା ସ୍ଥଳରେ କୁଆଁପାଳ ଦମକଳ ବାହିନୀ ପହଞ୍ଚି କୂଅ ଭିତରୁ ମୃତ ଯୁବତୀକୁ ଉଦ୍ଧାର କରିଛି l ମାହାଙ୍ଗା ପୋଲିସ ରାହାଣିଆ ଗ୍ରାମରେ ପହଂଚି ତଦନ୍ତ ଚଳାଇଛି l ଯୁବତୀ ଜଣକ ନିଜ ଆତ୍ମହତ୍ୟା କରିଛି ନା ତାକୁ କେହି ହତ୍ୟା କରିଛି ତାହା ଜଣାପଡ଼ିନାହିଁ l ତେବେ ପୋଲିସ ତଦନ୍ତ ପରେ ସଠିକ୍ ତଥ୍ୟ ବାହାରକୁ ଆସିପାରନ୍ତା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.