Below header

୨୨ ଟି ଗୁରୁତ୍ତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଲେ ରାଜ୍ୟ କ୍ୟାବିନେଟ

ଆଜି ପୂର୍ବାହ୍ନରେ ବସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ସମୁଦାୟ ୨୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକରେ ବିଭିନ୍ନ ଅଗୁରୁତ୍ୱପୁର୍ଣ ପ୍ରସ୍ତାବ ଉପରେ ମୋହର ବାଜିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଏବାବଦରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ପ୍ରଥମ ବର୍ଷ ପୁରାଣରେ ଏହି ବୈଠକର ଆୟୋଜନ ହୋଇଥିଲା । ଆଜି ରାଜ୍ୟ ଗ୍ରାମାଞ୍ଚଳ ଜୀବିକା ସୁରକ୍ଷା ପାଇଁ ୧୭ ହଜାର କୋଟି ଟଙ୍କାର ପାଣ୍ଠିକୁ ମଞ୍ଜୁର କରାଯାଇଛି । ଯେବେକି ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ ଲାଗି ଏଣିକି ଇଡକୋ ଜମି ଯୋଗାଇ ଦେବ ବୋଲି ଜଣାଯାଇଛି ।
  • ଏହା ସହ ହୋଟେଲ, ରେଶତୃରାନ୍ଟ ଆଦିର ନିର୍ମାଣ ପାଇଁ ବି ଲାଗି ଜମି ଯୋଗାଇଦେବ ଇଡକୋ । ଅଣ୍ଡର ଗ୍ରାଜୁଏଟ କୋର୍ସକୁ ମିଳିବ ପ୍ରଫେସନାଲ କୋର୍ସର ମାନ୍ୟତା । ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ସହାୟତା ମିଳିବ ।
  • ଏହା ସହ ପିଲାଙ୍କୁ ମାଗଣାରେ ଜୋତା ଓ ସ୍ୱେଟର ଯୋଗାଇ ଦିଆଯିବ । ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟିର ସହାୟତା ପ୍ରଦାନ କରାଯିବ । କ୍ୟାସ କ୍ରେଡିଟ ଆକାରରେ ଋଣ ନେବାକୁ କ୍ୟାବିନେଟ ଅନୁମୋଦନ ଦେଇଛି ।
  • ଏହାବାଦ ଆଗକୁ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ଲାଗୁ ହେବ । ଶକ୍ତି ବିଭାଗ ଅଧୀନକୁ ଆସିବ ଓରେଡା ।
  • କୃଷି ଅଧିନିୟମ ୧୯୫୬ରେ ସଂଶୋଧନକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍‌ । ଭୌଗୋଳିକ ସୀମା ନରଖି କୃଷକଙ୍କୁ ଇ-ମାର୍କେଟ ପାଇଁ ଅନୁମତି ପ୍ରଦାନ କରାଯିବ । ବାଲେଶ୍ୱରରେ ଏନଡିଆରଏଫକୁ ବିନା ପ୍ରିମିୟମରେ ୩.୫ ଏକର ଜମି ଯୋଗାଇ ଦିଆଯିବ । ଅନୁଷ୍ଠାନ ସଦସ୍ୟଙ୍କ ବିବାଦର ସମାଧାନ ପାଇଁ ରହିବେ ସିଭିଲ ଜଜ୍‌ ।
  • ଏଣିକି ପ୍ରତି ୫ବର୍ଷରେ ଥରେ ପୁନଃ ପଞ୍ଜିକରଣ କରିବେ ସମସ୍ତ ସୋସାଇଟି । ସାମାଜିକ ଅନୁଷ୍ଠାନ ପଞ୍ଜିକରଣ ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ଏଣିକି ଏକ ଟଙ୍କାରେ ଜମି ମିଳିବ ।
  • ଏହା ସହ ଓଏଏସ ଜୁନିଅର ବ୍ରାଞ୍ଚରେ ୧୯୨ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି । ରାଜସ୍ୱ ବିଭାଗ ଅଧୀନରେ କାମ କରିବେ ନୂଆ ଓଏସଏସ ଅଧିକାରୀ ।
  • ଏହା ସହ ମନ୍ତ୍ରୀ ପରିଷଦ ବୈଠକରେ କରୋନା ଯୋଦ୍ଧାଙ୍କ ସମ୍ମାନ ପାଇଁ ସଂକଳ୍ପ ପାରିତ ହୋଇଛି । ସେମାନଙ୍କ ତ୍ୟାଗ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀଙ୍କ ପ୍ରଶଂସା କରିଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.