ସାଧାରଣ ଜନତାଙ୍କୁ ଲାଗିପାରେ ବଡ ଝଟକା ! ପେଟ୍ରୋଲ ଭରିବା ପୂର୍ବରୁ ୫ ଟଙ୍କା ଅଧିକ ଦେବାକୁ ହୋଇଯାନ୍ତୁ ପ୍ରସ୍ତୁତ

ଏବେ ଆପଣ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଗଲେ ଅଧିକ ଟଙ୍କା ଅର୍ଥାତ ୪ ରୁ ୫ ଟଙ୍କା ଅଧିକ ଦେବାକୁ ପ୍ରସ୍ତୁତ ହୋଇଯାନ୍ତୁ। କାହିଁକିନା ଆଗାମୀ ମାସ ଠାରୁ ସରକାର ତୈଳ ମାର୍କେଟିଂ କମ୍ପାନୀ ପେଟ୍ରୋଲ-ଡିଜେଲର ଦାମ ପ୍ରତିଦିନ ରିଭାଇଜ୍‌ କରିବା ପ୍ରସ୍ତୁତିରେ ଅଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ତେଲ ମାର୍କେଟିଙ୍ଗ କରୁଥିବା ସରକାରୀ କମ୍ପାନୀ କ୍ଷୁଦ୍ର ଇନ୍ଧନକୁ ନେଇ ଗତ ସପ୍ତାହ ଏକ ବୈଠକ ବସିଥିଲା।

PETROL PUMPସୂଚନା ଅନୁଯାୟୀ ଏହି ବୈଠକରେ ବର୍ତ୍ତମାନର ଅବସ୍ଥାକୁ ଦେଖି ଲକଡାଉନ ପରର ସ୍ଥିତି ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ଲକଡାଉନ ପରେ ପେଟ୍ରୋଲ-ଡିଜେଲ ଦର ପୂର୍ବଭଳି ପ୍ରତିଦିନ ରିଭାଇଜ୍‌ କରିବାରେ ମଧ୍ୟ ଚର୍ଚ୍ଚା ହୋଇଛି। LOC ୱେବସାଇଟ ଅନୁଯାୟୀ ଦିଆଯାଇଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ଶୁକ୍ରବାର ଦିନ ଏକ ଲିଟର ପେଟ୍ରୋଲର ଦାମ ୭୧.୨୬ ଟଙ୍କା ରହିଛି। ସେହିପରି ଡିଜେଲରେ ଦର ୬୯.୩୯ ଟଙ୍କା ପ୍ରତି ଲିଟର ରହିଛି।

ପଞ୍ଚମ ପର୍ଯ୍ୟାୟ ଲକଡାଉନ ହେବା ପରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ। ସୂଚନା ଅନୁଯାୟୀ ଲକଡାଉନ କାରଣରୁ କରୁରୀ ସେବାକୁ ଛାଡି ଅନ୍ୟ ପ୍ରକାରର ଯାତାୟତ ବନ୍ଦ ଥିଲା। ଏହି କାରଣରୁ ତୈଳ କମ୍ପାନୀକୁ ଗଭୀର କ୍ଷତି ସହିବାକୁ ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.