ଆସୁଛି ନୋକିଆର ୪୩ ଇଞ୍ଚର ଟିଭି, ଜାଣନ୍ତୁ କଣ ରହିଛି ଦାମ ଆଉ ଫିଚର୍ସ

ନୋକିଆ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଆସୁଛି ନୋକିଆର ନୂଆ ସ୍ମାର୍ଟ ଟିଭି । ନୋକିଆର ନୂଆ ସ୍ମାର୍ଟ ଟିଭି 43 ଇଞ୍ଚର ରହିବ । ନୋକିଆପାୱାର ୟୁଜର ରିପୋର୍ଟ ଅନୁଯାୟୀ, 43 ଇଞ୍ଚର ନୋକିଆ ଟିଭି ଜୁନ୍ 4 ରେ ଲଞ୍ଚ ହେବ । ନୋକିଆ 43 ଇଞ୍ଚର ମଡେଲ ଫ୍ଲିପକାର୍ଟରେ ବିକ୍ରି ହେବ । ଅନ୍ୟ ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ଟିଭିର ଦାମ ଘୋଷଣା କରିଛି । ତେବେ କରୋନା ଭାଇରସ୍ ଲକଡାଉନ୍ ଯୋଗୁଁ ଏହାର ଲଞ୍ଚର ବିଳମ୍ବ ହୋଇଛି ।

43-inch screen size Nokia Smart TV will be launched on this day ...

ସୂଚନା ଅନୁଯାୟୀ ନୂଆ ସ୍ମାର୍ଟ ଟିଭିର ମୂଲ୍ୟ 31,000 ରୁ 34,000 ମଧ୍ୟରେ ରହିବ । ଯଦିଓ ଏହି ଟେଲିଭିଜନର ମୂଲ୍ୟ ନିର୍ଧାରଣ ଏବଂ ଅଫର ବିବରଣୀ ଲଞ୍ଚ ସହିତ ଘୋଷଣା କରାଯିବ । ନିକଟରେ ଫ୍ଲିପକାର୍ଟ ନୋକିଆର ନୂଆ ଟିଭିର ଟିଜର ମଧ୍ୟ ଟ୍ୱିଟରରେ ପୋଷ୍ଟ କରିଛି । ନୋକିଆର 43 ଇଞ୍ଚର ସ୍ମାର୍ଟ ଟେଲିଭିଜନର ଟକ୍କର ଭାରତୀୟ ବଜାରରେ ରିଅଲମି, ସାଓମି, ମୋଟୋରୋଲା ଏବଂ VU ସମେତ ଅନ୍ୟ କମ୍ପାନୀର ଟେଲିଭିଜନ ସହ ହେବ । ରିଅଲମି ନିକଟରେ ନିଜର 43 ଇଞ୍ଚ ଟିଭି ଲଞ୍ଚ କରିଛି, ଯାହାର ମୂଲ୍ୟ ଭାରତରେ 21,999 ଟଙ୍କା ରହିଛି ।

 

ନୋକିଆର 43 ଇଞ୍ଚ ସ୍ମାର୍ଟ ଟିଭି JBL ଅଡିଓ, ଇଣ୍ଟେଲିଜେନ୍ ଡିମିଙ୍ଗ୍, DTS TruSound ଏବଂ Dolby Vision ସପୋର୍ଟ ସହିତ ଆସିବ । ନୋକିଆର ଏହି ନୂଆ ଟିଭି ଆଣ୍ଡ୍ରଏଡ୍ 9.0 ଅପରେଟିଂ ସିଷ୍ଟମରେ ଚାଲିବ ଏବଂ ଏହା 55 ଇଞ୍ଚ ବ୍ୟାରିଏଣ୍ଟ ପରି ଭିଉଇଙ୍ଗ ଏକ୍ସପିରିଏନ୍ସ ପ୍ରଦାନ କରିବ । 43-ଇଞ୍ଚର ବ୍ୟାରିଏଣ୍ଟରେ ସ୍ପେସିଫିକେସନସ 55-ଇଞ୍ଚ ମଡେଲ ସହିତ ସମାନ ହୋଇପାରେ । ଗୁଗୁଲ୍ ଆସିଷ୍ଟାଣ୍ଟର ଭଏସ୍ ଆସିଷ୍ଟାଣ୍ଟ ଇଣ୍ଟରଫେସ୍ ଦ୍ୱାରା ନୋକିଆର ନୂଆ ଟିଭି ଚାଳିତ ହେବ । ନୋକିଆର 55 ଇଞ୍ଚ ମଡେଲର ମୂଲ୍ୟ 41,999 ଟଙ୍କା ଏବଂ ଏହି ଆଣ୍ଡ୍ରଏଡ୍ 9 Pieରେ ଚାଲିଥାଏ । ଏହି 4K ସ୍ମାର୍ଟ ଟିଭିରେ ଏକ କ୍ୱାଡ୍ କୋର୍ ପ୍ରୋସେସର୍ ଦିଆଯାଇଛି ।

NBT

ନୋକିଆର 55 ଇଞ୍ଚ ଟେଲିଭିଜନରେ 2.25 ଜିବି ରାମ୍ ଏବଂ 16 ଜିବି ଷ୍ଟୋରେଜ୍ ଅଛି । ଟେଲିଭିଜନରେ Dolby ଅଡିଓ ଏବଂ DTS ଟ୍ରୁସାଉଣ୍ଡ ସହିତ 12W ର 2 ସ୍ପିକର ଦିଆଯାଇଛି । ନୂତନ ନୋକିଆ ମଡେଲରେ ଏକ ବିଲ୍ଟ-ଇନ୍ କ୍ରୋମକାଷ୍ଟ ଏବଂ ଆଡ଼ଭାନ୍ସଡ଼ ଡାଟା ଶେଭିଂ ଫଙ୍କସନ ଦିଆଯାଇ ପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.