ଏହ୍ଲାବାଦ ହାଇକୋର୍ଟ ଓକିଲଙ୍କ ଦାବି – ଗଙ୍ଗା ଜଳରେ ପଳାଇବ କରୋନା ଭାଇରସ, ଆଇସିଏମ୍‌ଆର ଜାରି ରଖିଛି ପରୀକ୍ଷା

ପ୍ରୟାଗରାଜ : ଗଙ୍ଗା ଜଳରେ ଏମିତି ଶକ୍ତି ଅଛି ଯାହା କରୋନା ଭାଇରସ୍‌କ୍‌ୁ ନଷ୍ଟ କରିଦେଇ ପାରେ । ଏପରି ଦାବି କରିଛନ୍ତି ଏହ୍ଲାବାଦ ହାଇକୋର୍ଟର ଜଣେ ଓକିଲ । ତେଣୁ ଏହା ଉପରେ ଗବେଷଣା କରିବାକୁ ସେ ଦାବି କରିଛନ୍ତି ।

ଯଦି ସରକାର ଏହା ଉପରେ ଗବେଷଣା ନ କରନ୍ତି ତେବେ ସେ ହାଇକୋର୍ଟ କୁ ଯିବେ ବୋଲି ଧମକ ଦେଇଛନ୍ତି । ସାରା ଦୁନିଆରେ କରୋନା ଭାଇରସ ପାଇଁ ଗବେଷଣା ଚାଲିଥିବା ବେଳେ ଏଯାଏ କୈାଣସି ମେଡ଼ିସିନ୍‌ ବାହାରି ପାରି ନାହିଁ ।

ହେଲେ ଗଙ୍ଗା ଜଳରେ କରୋନାକୁ ନିପାତ କରିବାର ଶକ୍ତି ଅଛି ବୋଲି ଏହ୍ଲାବାଦ ହାଇକୋର୍ଟର ଓକିଲ ଅରୁଣ ଗୁପ୍ତା ଦାବି କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଏଥିପାଇଁ ପୋଲାଣ୍ଡ ୟୁନିଭରସିଟି ୨୦୧୬ ଓ ଆମେରିକାର ଷ୍ଟେନ୍‌ଫୋର୍ଡ଼ ୟୁନିଭରସିଟି ୨୦୨୯ରେ ଓ ନେସ୍‌ନାଲ୍‌ ଏନ୍‌ଭାୟର୍‌ନ୍‌ମେଣ୍ଟ ଇଞ୍ଜିନିୟରିଙ୍ଗ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ୨୦୦୭ରେ ଗଙ୍ଗା ଜଳ ଉପରେ ରିସର୍ଚ୍ଚ କରିଥିଲେ ।

ganga-1

ଏଥିରୁ ଜଣାପଡ଼ିଥିଲା ଯେ ଉତ୍ତରାଖଣ୍ଡରୁ ବାହାରିଥିବା ଗଙ୍ଗା ଜଳରେ ଥିବା ରେଡ଼ିଓ ଏକ୍ଟିଭ୍‌ ଉପାଦାନ ସହ ବ୍ୟାକ୍ଟେରିଆ ଫାଜ୍‌ ନାମକ ଏମିତି ଭାଇରସ୍‌ ଅଛି ଯାହା ଗଙ୍ଗା ଜଳରେ ଥିବା ସମସ୍ତ ବ୍ୟାକ୍ଟେରିଆକୁ ନିପାତ କରିଦେଇ ଥାଏ ।

ଗଙ୍ଗା ଜଳରେ ଅମ୍ଲଜାନ ମାତ୍ରା ମଧ୍ୟ ଅଧିକ ଥାଏ । ଏହା ସହିତ ଗଙ୍ଗା ଜଳରେ ଥିବା କାମ୍ଫର, ମାଗ୍ନେସିୟମ, କ୍ୟାଲସିୟମ୍‌, ଫେରସ୍‌ ଓ ଜିଙ୍କ୍‌ ଭଳି ତତ୍ତ୍ୱ ରହିଛି ଯାହା କି ଶରୀରର ଇମ୍ୟୁନିଟି ପାଓ୍ଵାର (ପ୍ରତିରୋଧକ ଶକ୍ତି ) ମଧ୍ୟ ବଢ଼ାଇ ଥାଏ ।

ତେଣୁ ଏହା କରୋନା ଭାଇରସ୍‌କୁ ସମୂଳେ ନଷ୍ଟ କରି ପାରିବ ବୋଲି ସେ ଦାବି କରିଛନ୍ତି । ଭାରତର ଆଇସିଏମ୍‌ଆର୍‌ ସଂସ୍ଥା ଏପ୍ରିଲ ୩୦ରୁ ଗଙ୍ଗା ଜଳ ଉପରେ ତାଙ୍କର ଗବେଷଣା ଜାରି ରଖିଛନ୍ତି । ଉତ୍ତରାଖଣ୍ଡରୁ ବାହାରି ଥିବା ଗଙ୍ଗାଜଳରେ ଶରୀରର ଇମ୍ୟୁନିଟ୍‌ ପାଓ୍‌ାର ବଢ଼ାଇବା ଦ୍ୱାରା କରୋନା ଭାଇରସ୍‌କୁ ନିପାତ କରିହେବ ବୋଲି ଓକିଲ ଶ୍ରୀ ଗୁପ୍ତା ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.