ଗୁଗଲ ଆସିଷ୍ଟାଣ୍ଟ ସହ ନୋକିଆ ଲଞ୍ଚ କଲା ତିନୋଟି ବଜେଟ ସ୍ମାର୍ଟଫୋନ

ନୋକିଆ ପକ୍ଷରୁ Nokia C5, Nokia C2 Tava, Nokia C2 Tennen ୩ଟି ନୂଆ ଫୋନକୁ ଲଞ୍ଚ ହୋଇଛି। ଏହି ତିନିଟି ଫୋନରେ ଗୁଗଲ ଆସିଷ୍ଟାଣ୍ଟ ବଟମ ମଧ୍ୟ ରହିଛି। ଏହାଛଡା ଫୋନରେ ଲାଟେଷ୍ଟ ଆଣ୍ଡଏଡ ୧୦ ସଫ୍ଟେଓ୍ଵୟାର ରହିଛି। ଫୋନରେ ଟ୍ରପିଲ ରିଅଲ କ୍ୟାମେରା ସହିତ ଓ୍ଵାଟଡ୍ରପ୍‌ ଷ୍ଟାଇଲ ନଚ୍‌ଅପ୍‌ ଫ୍ରଣ୍ଟ ରହିଛି।

nokia

ନୋକିଆର ସି୫ ଫୋନର ମୂଲ୍ୟ ୧୨,୭୦୦ ରହିଥିବା ବେଳେ ଏଥିରେ ୩ ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜ କ୍ଷମତା ରହିଛି। ଏହି ଫୋନରେ ଟ୍ରିପଲ ରେୟାର କ୍ୟାମେରା ସହିତ ୧୩ ମେଗାପିକ୍ସେଲ ସେନସର, ୫ ମେଗାପିକ୍ସେଲ ଅଲଟ୍ରା ଓ୍ଵାଇଡ ସେନସର ରହିଛି। ଏହାଛଡା ଏହି ଫୋନରେ ଫେସ ଅନଲକ୍‌ ଏବଂ ଗୁଗଲ ଆସିଷ୍ଟାଣ୍ଟ ମଧ୍ୟ ରହିଛି।

c2

ସେହିପରି Nokia C2 Tennen ଫୋନ ମୂଲ୍ୟ ୫,୨୦୦ ରହିଥିବା ବେଳେ ଫୋନରେ ୨ ଜିବି ରାମ୍‌ ସହିତ ୩୨ ଜିବି ଷ୍ଟୋରେଜ ରହିଛି। Nokia C2 Tava ଫୋନର ମୂଲ୍ୟ ୮,୩୦୦ ଟଙ୍କା ରହିଥିବା ବେଳେ ଏଥିରେ ୨ ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ ରହିଛି। ଏହି ଦୁଇଟି ଫୋନରେ ୫.୪୫ ଇଞ୍ଚ ଏଚଡି ଡିସପ୍ଲେ ସହିତ ମିଡିଆଟେକ୍‌ ହୋଲିଓ ଏ ୨୨ ପ୍ରୋସେସର ସହିତ ମାଇକ୍ରୋ ଏସଡି କାର୍ଡ, ଓ୍ଵାଇ-ଫାଇ, ବ୍ଲୁଟୁଥ, ୟୁଏସବି ଟାଇପସି ପୋର୍ଟ, ୪ଜି ଏଲଟିଇ ରହିଛି।ଏହାଛଡା ଏହି ଫୋନରେ ଫେସ ଅନଲକ୍‌ ଏବଂ ଗୁଗଲ ଆସିଷ୍ଟାଣ୍ଟ ମଧ୍ୟ ରହିଛି। ଜୁନ୍‌ ୧୫ରୁ ଏହି ଫୋନର ସେଲ ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.