Below header

ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ୪ ଦିନରେ ପ୍ରଜାମେଳି, ପୋଲିସ୍ ପକ୍ଷରୁ ଆଜି ସାଇଣ୍ଟିଫିକ ଟିମ୍ କରିବ ତଦନ୍ତ

କରଞ୍ଜିଆ: ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ପ୍ରଜାମେଳି ୪ଦିନରେ ପହଂଚିଛି । ଗତ ଦୁଇଦିନ ତଳେ ମୟୂରଭଞ୍ଜ ଠାକୁରମୁଣ୍ଡା ବ୍ଳକ କେନ୍ଦୁଜୁଆଣି ଗାଁରେ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିଲେ ଦୁର୍ବୃତ୍ତ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ପ୍ରଜାମେଳି ଚାଲିଛି। ଜିଦ୍‌ରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ ।

ଦୁର୍ବୃତ୍ତଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକ । ଆଜି ଘଟଣାକୁ ନେଇ ଉପଖଣ୍ଡ ପୋଲିସ ଅଧିକାରୀ ସାଇଣ୍ଟିଫିକ୍‌ ଟିମ୍‌କୁ ନେଇ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛି । ସ୍ଥାନୀୟ ବନକର୍ମଚାରୀ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଅଭିଯୋଗ ହୋଇଛି। ସେପଟେ ଏହାକୁ ଖଣ୍ଡନ କରିଛନ୍ତି ବନ କର୍ମଚାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.