Below header

ଭାରତରେ ହ୍ବାଟସଆପ୍ ଲଞ୍ଚ କଲା ଏମିତି କିଛି ଫିଚର୍ସ, ଯାହାକୁ ଆପଣ ଅନେକ ଦିନରୁ କରିଥିଲେ ଅପେକ୍ଷା

ହ୍ବାଟସଆପ ଭାରତରେ ବହୁତ ନୂଆ ଫିଚର୍ସ ଲଞ୍ଚ କରିଛି। ହ୍ବାଟସଆପ୍ ବହୁ ପ୍ରତିକ୍ଷୀତ ପେମେଣ୍ଟ ସେବାକୁ ଭାରତରେ ଲଞ୍ଚ କରିଛି। ଯାହା ପରେ ଆପଣ ହ୍ବାଟସ ଆପ୍ ମାଧ୍ୟମରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଟଙ୍କା ପଠାଇପାରିବେ।

ହ୍ବାଟସ ଆପ୍ ପେମେଣ୍ଟ ମାଧ୍ୟମରେ ଆପଣ ବର୍ତ୍ତମାନ ଆପଣଙ୍କର ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ଟଙ୍କା ପଠାଇବାରେ ସକ୍ଷମ ହେବେ। ହ୍ବାଟସଆପ୍ ଭାରତରେ ଏହାର ପେମେଣ୍ଟ ସେବା ଆରମ୍ଭ କରିଛି। ଏହି ଫିଚର୍ସ ପେଟିଏମ୍, ଆମାଜନ ପେ ଏବଂ ଗୁଗୁଲ୍ ପେ ପରି କାମ କରିବ । ଏହା UPI ଆଧାରିତ ହେବ । ଏହାକୁ ବ୍ୟବହାର କରିବା ପାଇଁ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କୁ ହ୍ବାଟସଆପ୍ ର ଲାଟେଷ୍ଟ ଅପଡେଟ୍ କରିବାକୁ ପଡିବ। ହ୍ବାଟସଆପ୍ ପେମେଣ୍ଟ ଫିଚର୍ସ ବ୍ୟବହାର କରିବାକୁ, ଆପଣଙ୍କର ହ୍ବାଟସଆପ ଆପ୍ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟରେ ଦିଆଯାଇଥିବା ନମ୍ବର ସମାନ ହେବା ଜରୁରୀ ।

whatsapp

ଏହାସହିତ ଆପ୍ ସର୍ବଦା ମ୍ୟୁଟ୍ ଅପ୍ସନ୍ ଫିଚରକୁ ମଧ୍ୟ ରୋଲ କରିଛି । ଏହି ଫିଚର୍ସ ସାହାଯ୍ୟରେ, ଆପଣ ଯେକୌଣସି ଆକାଉଣ୍ଟ କିମ୍ବା ଗ୍ରୁପକୁ ସବୁଦିନ ପାଇଁ ମ୍ୟୁଟ୍ କରିପାରିବେ। ବର୍ତ୍ତମାନ ଆପଣ ୮ ଘଣ୍ଟା, ୧ ସପ୍ତାହ ଏବଂ ଗୋଟିଏ ବର୍ଷ ପାଇଁ ମ୍ୟୁଟ୍ କରିବାର ବିକଳ୍ପ ପାଇଛନ୍ତି, କିନ୍ତୁ ବର୍ତ୍ତମାନ ଆପ୍ ଗୋଟିଏ ବର୍ଷର ବଦଳରେ ସର୍ବଦା ମ୍ୟୁଟ୍ ଫିଚର କରିପାରିବେ।

ଭାରତରେ ହ୍ବାଟସଆପ୍ ଡିସଆପିଅରିଂ ମେସେଜ ଫିଚର ଲଞ୍ଚ କରାଯାଇଛି। ଏହି ଫିଚର ଅଧୀନରେ, ଆପଣଙ୍କର ହ୍ବାଟସଆପ୍ ଚାଟ୍ ର ସାତ ଦିନର ପୁରୁଣା ମେସେଜ ଆପେ ଆପେ ଡିଲିଟ୍ ହୋଇଯିବ। ପୂର୍ବରୁ ଏହି ଫିଚର ଟେଲିଗ୍ରାମ ଏବଂ ସ୍ନାପଚାଟରେ ମଧ୍ୟ ଆସିଛି । ଏହି ଫିଚରକୁ ବ୍ଯବହାର କରିବା ପାଇଁ ଆପଣ ନିଜ ହ୍ବାଟସଆପ ଆକାଉଣ୍ଟକୁ ଯାଇ ଫିଚରକୁ ଆକ୍ଟିଭେଟ କରିବାକୁ ହେବ। ଏହା କେବଳ ପର୍ସନାଲ ଚାଟରେ ହିଁ ହେବ, ଗ୍ରୁପ ଚାଟ୍ ର ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.