ସ୍ମରଣଶକ୍ତି ବଢ଼ାଇବ ମନ୍ଦାର ଫୁଲ, ଏମିତି କରନ୍ତୁ ବ୍ଯବହାର

ମନ୍ଦାର ଏମିତି ଗଛ ଯାହା ପ୍ରାୟତଃ ସମସ୍ତଙ୍କ ବାଡିରେ ରହିଥାଏ। ପୂଜାରେ ବ୍ଯବହାର ହେଉଥିବା ଏହି ଫୁଲରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ଭରି ରହିଛି, ଯାହା ଆମମାନଙ୍କୁ କମ୍ ଜଣା। ମନ୍ଦାର ଫୁଲ ପେଟ ଯନ୍ତ୍ରଣା ଏବଂ ପାଟିରେ ହୋଇଥିବା ଘା’ ଭଳି ରୋଗକୁ କମ୍ କରିଥାଏ। ମନ୍ଦାରଫୁଲ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା କ’ଣ…

– ମନ୍ଦାର ଫୁଲ ପତ୍ରରେ କାଢ଼ା ତିଆରି କରି ପିଇବା ଦ୍ବାରା କଫ ଠିକ୍ ହୋଇଯାଏ। ମନ୍ଦାର ଫୁଲ କଫ ପାଇଁ ଲାଭକାରୀ ହୋଇଥାଏ।

– ମନ୍ଦାର ପତ୍ର ପେଷ୍ଟ କରି କେଶରେ ଲଗାଇବା ଦ୍ବାରା କେଶ ଝଡିବା କମ୍ ହୋଇଥାଏ। ମନ୍ଦାର ପତ୍ର ପେଷ୍ଟ କେଶକୁ ଘନ କରିଥାଏ।

– ସ୍ମରଣ ଶକ୍ତି ବଢ଼ାଇବାରେ ମନ୍ଦାର ଫୁଲ ବେଶ୍ ଫାଇଦାଯୁକ୍ତ ହୋଇଥାଏ। ମନ୍ଦାର ଫୁଲ ପାଉଡରକୁ କ୍ଷୀର ସହିତ ମିଶାଇ ପ୍ରତିଦିନ ପିଇଲେ ସ୍ମରଣ ଶକ୍ତି ବଢିଥାଏ।

tea

– ପେଟ ଯନ୍ତ୍ରଣା ହେଉଥିଲେ ଏହାର ପତ୍ରର ରସକୁ ପିଇବା ଦ୍ବାରା ଠିକ୍ ହୋଇଥାଏ।

– ପାଟିରେ ହୋଇଥିବା ଘା’କୁ ମଧ୍ୟ ଭଲ କରିଥାଏ ମନ୍ଦାର ଫୁଲ।

– ମନ୍ଦାର ପତ୍ର ଚା’ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ୍ ଫାଇଦାଯୁକ୍ତ ହୋଇଥାଏ। ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ମନ୍ଦାର ଫୁଲ ମଧ୍ୟ ବେଶ୍ ଉପକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.