Below header

ସାଙ୍ଗ ମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଛାତ୍ର ମୃତ

କେନ୍ଦୁଝର(କେନ୍ୟୁଜ୍): ପାଣିରେ ବୁଡି ଛାତ୍ର ମୃତ । ମୃତକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ମଛାଳ ଗାଁର ନିହାର ରଞ୍ଜନ । ସାଙ୍ଗ ମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇଥିଲେ ନିହାର । ଅନେକ ସମୟ ଖୋଜାଖୋଜି କରି ଗାଁ ଲୋକ ନପାଇବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପ୍ରାୟ ୩ ଘଣ୍ଟା ଖୋଜାଖୋଜି କରିବା ପରେ ନିହାରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । + ୩ରେ ପାଠ ପଢୁଥିଲେ ନିହାର । ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.