ଯାଜପୁର : ପାଠପଢ଼ା ବନ୍ଦ, ଧାରଣାରେ ଛାତ୍ରଛାତ୍ରୀ

ଯାଜପୁର (କେ ନ୍ୟୁଜ୍) : ପାଠପଢ଼ା ବନ୍ଦ । ଧାରଣାରେ ଛାତ୍ରଛାତ୍ରୀ । ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଦାବିରେ ପ୍ରତିବାଦ । ଧାରଣାରେ ବସିଥିବା ଏହି ଛାତ୍ରଛାତ୍ରୀମାନେ ହେଲେ ଯାଜପୁର ଜିଲ୍ଲା ରସୁଲପୁର ପ୍ରଥମାଖଣ୍ଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ସ୍କୁଲ ପରିସରରେ ଥିବା ନଳକୂପରୁ ଗୋଳିଆ ଓ ଦୁର୍ଗନ୍ଧ ପାଣି ବାହାରୁଥିବା ଏମାନେ ଅଭିଯୋଗ କରିଛନ୍ତି । ସମସ୍ୟା, ଦିନେ କି ଦି ଦିନର ନୁହେଁ । ଛଅ ମାସ ହେଲାଣି ସ୍କୁଲରେ ଏହି ସମସ୍ୟା ଦେଖା ଦେଲାଣି । ବାହାରୁ ପାଣି ଆଣି ମଧ୍ୟାହ୍ନ ଭୋଜନ ରନ୍ଧା ଯାଉଛି । ବାରମ୍ବାର ଅଭିଯୋଗ ପରେ ବି ସମସ୍ୟା ପ୍ରତି କେହି ଦୃଷ୍ଟି ନ ଦେବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ସମସ୍ୟା ସମାଧାନ ନ ହେବା ପର୍ୟ୍ୟନ୍ତ ପାଠପଢ଼ା ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.