Below header

ସ୍କୁଲରେ କରୋନା କଟକଣାରେ ହେବ ସ୍ୱାଧୀନତା ଦିବସ: ଆସିବେନି ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ): କରୋନା ସଂକ୍ରମଣର ସ୍ଥିତି ଏବେ ଉଦବେଗ ଜନକ ରହିଛି । ସାରା ଓଡିଶାରେ ସ୍କୁଲ କଲେଜ ଓ ଶିକ୍ଷା ପ୍ରତିଷ୍ଠାନ ବନ୍ଦ ରହିଛି। ବର୍ତ୍ତମାନ ଅନଲକ ୩ରେ କିଛି  କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ମାନଙ୍କରେ କଟକଣା କଡ଼ାକଡ଼ି ରହିଛି । ତେବେ ଅନଲକ୩ର କିଛି କଟକଣା ଭିତରେ ମଧ୍ୟ ଚଳିତ ବର୍ଷ ସ୍ୱାଧିନତା ଦିବସ ଦେଶରେ ପାଳନ କରାଯାଉଛି। କୋଭିଡ ଗାଇଡଲାଇନ ସହିତ ଏ ବର୍ଷ ସ୍ୱାଧିନତା ଦିବସ  ପାଳନ ହେବ ବୋଲି ସରକାରଙ୍କ ତରଫରୁ  ନିର୍ଦ୍ଦେଶାନାମା ଜାରି କରାଯାଇଛି।

କିନ୍ତୁ ଚଳିତ ବର୍ଷ ସ୍କୁଲରେ କରୋନା କଟକଣାରେ ହେବ ସ୍ୱାଧୀନତା ଦିବସ । ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ହେବା ସମୟରେ ଯୋଗଦେବେନି  ଛାତ୍ରଛାତ୍ରୀ । ପତାକା ଉତ୍ତଳନ ବେଳେ କେବଳ ପ୍ରଧାନ ଶିକ୍ଷକ, VEC ଓ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱାଧୀନତା ଦିବସ ପାଳନ କରିବେ । ଯେଉଁଠି VEC ନଥିବେ, ସେଠି ପ୍ରଧାନ ଶିକ୍ଷକ ପତାକା ଉତ୍ତୋଳନ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.