ଇଜ୍ଜତ ହରାଉଛନ୍ତି ଇମ୍ରାନ୍‌ : ପାକିସ୍ତାନ ସେନାଙ୍କୁ ମାଡ଼ ମାରିଲେ ଚୀନ୍‌ ଶ୍ରମିକ, ସେନା ମୁଖ୍ୟ ନିରବଦ୍ରଷ୍ଟା

ନୂଆଦିଲ୍ଲୀ : କଥାରେ ଅଛି ଗରୀବ ସ୍ତୀ ସବୁରି ଶାଳି । ପାକିସ୍ତାନର ଏବେ ଏପରି ଦଶା ହୋଇଛି । ଚୀନ୍‌ର ଅର୍ଥ ଉପରେ ନିର୍ଭର କରୁଥିବା ପାକିସ୍ତାନ ଏବେ ଚୀନ୍‌ର ସବୁ ହରକତ୍‌କୁ ସହିବାକୁ ବାଧ୍ୟ ହେଉଛି । ସତେ ଯେପରି ପାକିସ୍ତାନରେ ପାକିସ୍ତାନୀମାନେ ଦ୍ୱିତୀୟ ଶ୍ରେଣୀର ନାଗରିକ ଭଳି ବ୍ୟବହାର ପାଉଛନ୍ତି । ନିକଟରେ ଦେଖାଯାଇଥିବା ଏପରି ଏକ ଭିଡିଓ ଏହି କଥା ବୟାନ କରୁଛି ।

ପାକିସ୍ତାନରେ ଚୀନ୍‌ର ଅର୍ଥ ନୈତିକ କରିଡର କାର୍ଯ୍ୟ ଚାଲିଛି । ଯେଉଁଠି ହଜାର ହଜାର ପାକିସ୍ତାନୀ ନାଗରିକ କାମ କରୁଛନ୍ତି । କହିବାକୁ ଗଲେ ଚୀନ୍‌ ପାଇଁ ପାକିସ୍ତାନ ଦୁଇ ମୁଠା ଖାଇବାକୁ ପାଉଛି । ଫଳରେ ଚୀନ୍‌ର ସବୁ ହରକତ୍‌କୁ ପାକିସ୍ତାନ ମୁଣ୍ଡ ପାତି ସହିବାକୁ ବାଧ୍ୟ ହେଉଛି ।

CEC.JPG-1

ନିକଟରେ ଏପରି ଏକ ଘଟଣା ଘଟିଛି ଚୀନ୍‌ରେ । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଧୂମ୍‌ ସେୟାର ହେଉଛି । ଭିଡିଓରେ ଦେଖାଯାଇଛି ଯେ ଦୁଇ ଜଣ ଚୀନ୍‌ ଶ୍ରମିକ ପାକିସ୍ତାନ ଆର୍ମିର ଦୁଇ ଜଣ ସେନାଙ୍କୁ ଧକ୍କା ମାରୁଛନ୍ତି । ସେନାର ଏହି ଦୁଇ ଅଧିକାରୀ ଚୁପ୍‌ଚାପ୍‌ ଠିଆ ହୋଇଛନ୍ତି । ଏହି କଥାକୁ ପାକିସ୍ତାନ ସେନାର ଉପର ଅଫିସର ଜାଣିଥିଲେ ମଧ୍ୟ ଏଥିରେ ନୀରବଦ୍ରଷ୍ଟା ସାଜିଛନ୍ତି ।

ଏହା ପଛରେ ରହିଛି ପାକିସ୍ତାନର ମଜବୁରୀ । ପାକିସ୍ତାନ ଏବେ ପୂର୍ଣ୍ଣଭାବେ ଦେବାଳିଆ ହୋଇଯାଇଛି । ନିଜର ଦେଶ ଚଳାଇବାକୁ ଅର୍ଥ ନଥିବାବେଳେ ଚୀନ୍‌ ପାଖରେ ହାତ ପାତୁଛି । ତେଣୁ ଚୀନ୍‌ର ସବୁ ଅପକର୍ମକୁ ଚୁପ୍‌ଚାପ୍‌ ସହିବାକୁ ବାଧ୍ୟ ହେଉଛି । ପାକିସ୍ତାନର ଏହି ଦୁଇ ସେନା ହାବିଲଦାର ଆସାଦୁଲ୍ଲା ଓ ସପର ଫଜଲ୍‌ଙ୍କୁ ଚୀନ୍‌ର ଶ୍ରମିକ ଧକ୍କା ମାରୁଥିବାର ଦେଖିବାକୁ ମିଳିଛି ।

ହେଲେ ଏଥିରେ ପ୍ରତିକ୍ରିୟା ପ୍ରକାଶ ନକରିବାକୁ ସେନାର ଉଚ୍ଚ ଅଫିସରଙ୍କ ନିକଟରୁ ମଧ୍ୟ ନର୍ଦ୍ଦେଶ ରହିଛି । ପାକିସ୍ତାନର ସ୍ଥିତି ଠିକ୍‌ ନଥିବା ବେଳେ ସେ ନିଜ ସ୍ଥିତି ନସୁଧାରି ସନ୍ତ୍ରାସବାଦୀ କାର୍ଯ୍ୟକଳାପରେ ଲାଗିବା ଏବେ ତା ପାଇଁ ମହଙ୍ଗା ପଡିଛି ।
ପାକିସ୍ତାନରେ ଚୀନ୍‌ର ଆଧିପତ୍ୟ ମଧ୍ୟ ଭାରତ ପାଇଁ ସାଂଘାତିକ ସ୍ଥିତି ହୋଇପାରେ । କାରଣ ପାକିସ୍ତାନ ପଟୁ ମଧ୍ୟ ଭାରତକୁ ଘେରିବା ଚୀନ୍‌ ପାଇଁ ସହଜ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.