ବିଦା ହେଲେ ଲାଞ୍ଚୁଆ ଉପଜିଲ୍ଲାପାଳ, ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ତାଙ୍କୁ ଚାକିରିରୁ ବହିଷ୍କାର ହେଲେ ଲାଞ୍ଚୁଆ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ।ନିକଟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ ରାଉତ । ତାଙ୍କ ଘରୁ ମିଳିଥିଲା ନଗଦ ୩ କୋଟି କ୍ୟାସ୍‌ ।

ନବରଙ୍ଗପୁର (କେନ୍ୟୁଜ): ଦୁର୍ନୀତି ଅଭିଯୋଗରେ ଚାକିରିରୁ ବିଦା ହେଲେ ନବରଙ୍ଗପୁରର ଲାଞ୍ଚୁଆ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ନିକଟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ ରାଉତ । ତାଙ୍କ ଘରୁ ମିଳିଥିଲା ନଗଦ ୩ କୋଟି କ୍ୟାସ୍‌ । ମୋଟ୍‌ ୫ କୋଟି ୨୧ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଥିଲା । ଭୁବନେଶ୍ୱର ଓ କଟକର ପ୍ରାଇମ୍‌ ଲୋକେସନରେ ୪ଟି ପ୍ଲଟ୍‌ ଅଛି । ଉମରକୋଟରେ ରଖିଛନ୍ତି ଗୋଟିଏ ବେନାମୀ ପ୍ଲଟ୍‌ । ଦୁଇଟି ବେନାମୀ ଆକାଉଣ୍ଟ ଖୋଲି ଲାଞ୍ଚ ଟଙ୍କା ନେଉଥିଲେ ପ୍ରଶାନ୍ତ ରଉତ ।

 

 

 

Leave A Reply

Your email address will not be published.