Below header

ରାଷ୍ଟ୍ରୀୟ ସମ୍ମାନ ସହ ସତ୍ୟନଗର ଶ୍ମଶାନରେ ଶୁଭଜିତର ଶେଷକୃତ୍ୟ ସମ୍ପନ୍ନ

ଶୁଭଜିତ୍ ର ବ୍ରେନ୍ ଡେଡ ଘୋଷଣା ହେବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ହେଲେ ଏଭଳି ଦୁଃଖର ମୁହୂର୍ତ୍ତରେ ବି ଏକ ମହତ ପଦକ୍ଷପ ନେଇଥିଲେ ପରିବାର ଲୋକେ । ପୁଅର ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ଶୁଭଜିତର ଏଭଳି ତ୍ୟାଗ ଏବଂ ବଳିଦାନ ପାଇଁ ଆଜି ରାଷ୍ଟ୍ରୀୟ ସମ୍ମାନ ସହ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି ।

ଭୁବନେଶ୍ୱର(କେନ୍ୟୁଜ) : ନିଜ ୮ବର୍ଷର କୁନି ପୁଅକୁ ହରାଇ ଭାଙ୍ଗପଡିଛନ୍ତି ବାପା ମା । ଏଦୁନିଆ ଛାଡି ସବୁଦିନ ପାଇଁ ଚାଲିଯାଇଛି ପୁଅ । ହେଲେ ତାଙ୍କ ଦେହର ମୂଲ୍ୟବାନ ଅଙ୍ଗକୁ ଦାନ କଲେ ପରିବାର ଲୋକ । ପୁଅର ଦେହାନ୍ତରେ ନିଜ ପରିବାର ଆଜି ଦୁଃଖରେ ଭାଙ୍ଗି ପଡିଛି ସତ, ହେଲେ ବଦଳରେ ଆଉ କାହା ପରିବାରରେ ଖୁସି ଦେଇଯାଇଛନ୍ତି ଶୁଭଜିତ୍ । ୮ବର୍ଷର ଶୁଭଜିତ୍ ବଞ୍ଚାଇଛନ୍ତି ୮ ଜଣଙ୍କୁ । ଶୁଭଜିତଙ୍କର ଏଭଳି ତ୍ୟାଗ ଏବଂ ବଳିଦାନ ପାଇଁ ରାଷ୍ଟ୍ରୀୟ ସମ୍ମାନ ସହ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି । ଯାହାକୁ ନେଇ ପରିବାର ଲୋକ ଓ ରାଜ୍ୟବାସୀ ଆଜି ଗର୍ବ କରୁଛନ୍ତି ।

ମୃତ୍ୟୁ ପରେ ବି ଅମର । ଅଙ୍ଗଦାନ କରି ଅମର ହୋଇଗଲେ ୮ ବର୍ଷର କୁନି ପୁଅ ଶୁଭଜିତ ସାହୁ । ପୁଅର ଅଙ୍ଗଦାନ କରିଛନ୍ତି ପରିବାର ଲୋକେ । ଏବେ ଶୁଭଜିତ୍ ଅଙ୍ଗପ୍ରତେଙ୍ଗରେ ଅନ୍ୟ କେହି ଦୁନିଆ ଦେଖିବ । ଅନ୍ୟ ପରିବାର ଲୋକ ଖୁସି ହେବେ । ଭୁବନେଶ୍ଵର କଳ୍ପନା ଅଞ୍ଚଳର ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ଶୁଭଜିତ୍ ଦ୍ଵିତୀୟ ଶ୍ରେଣୀର ଛାତ୍ର ।

subhojit

ଏବେ ବାର୍ଷିକ ପରୀକ୍ଷା ଚାଲିଥିଲା ଶୁଭଜିତଙ୍କର। ଗତ ବୁଧବାର ଦିନ ପରୀକ୍ଷା ଦେବା ପାଇଁ ଶ୍ରେଣୀ ଗୃହରେ ଶୁଭଜିତ୍ ଥିବା ସମରେ ହଠାତ ଅସୁସ୍ଥ ହୋଇପଡିବାରୁ ତୁରନ୍ତ ତାଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା । ଶୁଭଜିତ ମସ୍ତିଷ୍କ ରୋଗରେ ପୀଡିତ ହୋଇଥିବାରୁ ଭୁବନେଶ୍ୱର ଘରୋଇ ହସପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ତେବେ ଗତକାଲି ଶୁଭଜିତ୍ ଙ୍କର ବ୍ରେନ୍ ଡେଡ ଘୋଷଣା ହେବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ହେଲେ ଏଭଳି ଦୁଃଖର ମୁହୂର୍ତ୍ତରେ ବି ଏକ ମହତ ପଦକ୍ଷପ ନେଇଥିଲେ, ଆଉ ପୁଅର ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ପରିବାର ଲୋକେ ।

ତେବେ ଆମେ ସମସ୍ତେ ଜାଣିଛନ୍ତି ଯେ ଜୀବନ ଅଛି ମାନେ ମୃତ୍ୟୁ ବି ସୁନିଶ୍ଚିତ। କିନ୍ତୁ ମୃତ୍ୟୁ ପରେ ବି ଯିଏ ଜୀବନ ପାଏ ସେ ହେଉଛି ବିରଳ । ସାଧାରଣ ଭାବରେ କହିବା ତ ମୃତ୍ୟୁ ପରେ ବି ଅମର। ମାନବ ସମାଜର କଲ୍ୟାଣ ପାଇଁ ଅଙ୍ଗଦାନଠାରୁ ବଡ଼ ଆଉ କିଛି ନାହିଁ । ଏହା ଦ୍ୱାରା ମଣିଷ ମରି ମଧ୍ୟ ଅନ୍ୟ ମାଧ୍ୟମରେ ଜୀବିତ ରୁହେ । ଏହି ମହନୀୟ ଦାନ ଜଣେ ସାଧାରଣ ମଣିଷକୁ ସର୍ବଦା ଜୀବନ୍ତ କରି ରଖିଥାଏ, ଯେମିତି ଶୁଭଜିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.