ମରିସସ୍‌: ଶିବରାତ୍ରି ଉତ୍ସବ ଶୋଭାଯାତ୍ରା ବେଳେ ଭୟାବହ ଅଗ୍ନିକାଣ୍ଡ, ୬ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ

ମରିସସ୍‌ରେ ରବିବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ହିନ୍ଦୁ ସମ୍ପ୍ରଦାୟର ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍‌ ନିଆଁ ଲାଗି ୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

ମରିସସ୍‌ରେ ରବିବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ହିନ୍ଦୁ ସମ୍ପ୍ରଦାୟର ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍‌ ନିଆଁ ଲାଗି ୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ମରିସସ୍ ପୋଲିସ ଏହି ସୂଚନା ଦେଇଛି । ଏହି ଦୁର୍ଘଟଣା ଶିବରାତ୍ରି ପୂର୍ବର ଏକ ଉତ୍ସବ ସମୟରେ ଘଟିଛି ।

ପୋଲିସ କମିଶନର ଅନିଲ କୁମାର ଦୀପ କହିଛନ୍ତି ଯେ ହିନ୍ଦୁ ଦେବତାମାନଙ୍କ ମୂର୍ତ୍ତି ପ୍ରଦର୍ଶନ କରୁଥିବା ଏକ କାଠ ଓ ବାଉଁଶ ତିଆରି ଗାଡ଼ିରେ ନିଆଁ ଲାଗିଯାଇଥିଲା । ଖୋଲା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ସେଥିରେ ନିଆଁ ଲାଗିଥିଲା । ଏହି ସମୟରେ ଅନେକ ତୀର୍ଥଯାତ୍ରୀ ନିଆଁ କବଳରେ ଆସିଯାଇଥିଲେ ।

ପୋଲିସ କମିଶନର କହିଛନ୍ତି, ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ରହିଛି । ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଚାଲିଛି । ତୀର୍ଥଯାତ୍ରୀମାନେ ଶିବରାତ୍ରି ପୂର୍ବରୁ ଗ୍ରାଣ୍ଡ ବେସିନ ହ୍ରଦ ପର୍ଯ୍ୟନ୍ତ ପଦଯାତ୍ରା କରି ଯାଉଥିଲେ । ପୂର୍ବ ଆଫ୍ରିକୀୟ ଦ୍ୱୀପ ରାଷ୍ଟ୍ରର ହିନ୍ଦୁ ସମ୍ପ୍ରଦାୟ ଏହାକୁ ପବିତ୍ର ବୋଲି ବିବେଚନା କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.