ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବୋମାରେ ଉଡାଇଦେବାକୁ ଧମକ, ପୋଲିସ କଣ୍ଟ୍ରୋଲ ରୁମକୁ ଆସିଲା କଲ୍‌

ଗତ ଶନିବାର ରାତି ୧୦ଟାରେ ସୁରକ୍ଷା ମୁଖ୍ୟାଳୟକୁ ଏକ ଅଜ୍ଞାତ ବ୍ୟକ୍ତି ଫୋନ କରିଥିଲେ, ଫୋନ କଲ୍‌ ଡ୍ୟୁଟିରେ ଥିବା ହେଡ କନେଷ୍ଟବଳ ଉଧମ ସିଂ ଫୋନ ଉଠାଇଥିଲେ । ଆଉ ଅଜ୍ଞାତ ବ୍ୟକ୍ତି ଜଣକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇବାକୁ ଧମକ ଦେଇଥିଲେ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି । ଧମକ ମିଳିବା ପରେ ପୋଲିସ ପ୍ରଶାସନର ନିଦ ହଜିଯାଇଛି । ଗତ ଶନିବାର ରାତିରେ ସୁରକ୍ଷା ମୁଖ୍ୟାଳୟକୁ ଏକ ସିୟୁଜି ନମ୍ବରରୁ ଅଜ୍ଞାତ ବ୍ୟକ୍ତି ଫୋନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିଲା । ଏହି ମାମଲାରେ କୋତଓ୍ଵାଲି ଥାନାରେ ମାମଲା ଦାଏର କରାଯାଇଛି ।

ଖବର ମୁତାବକ, ଗତ ଶନିବାର ରାତି ୧୦ଟାରେ ସୁରକ୍ଷା ମୁଖ୍ୟାଳୟକୁ ଏକ ଅଜ୍ଞାତ ବ୍ୟକ୍ତି ଫୋନ କରିଥିଲେ, ଫୋନ କଲ୍‌ ଡ୍ୟୁଟିରେ ଥିବା ହେଡ କନେଷ୍ଟବଳ ଉଧମ ସିଂ ଫୋନ ଉଠାଇଥିଲେ । ଆଉ ଅଜ୍ଞାତ ବ୍ୟକ୍ତି ଜଣକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇବାକୁ ଧମକ ଦେଇଥିଲେ । କନେଷ୍ଟବଳ ଜଣକ ଯୁବକଙ୍କୁ ତାଙ୍କ ନାମ ପଚାରିଥିଲେ କିନ୍ତୁ ଧମକ ଦେଇଥିବା ବ୍ୟକ୍ତି ଫୋନ କାଟିଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକ କଲ୍‌ ପରେ ପୋଲିସ ପ୍ରଶାସନରେ ହଡକମ୍ପ ସୃଷ୍ଟି ହୋଇଥିଲା । ଏହି ମାମଲାରେ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି । ପୋଲିସ ନମ୍ପର ସହାୟତାରେ ଅଭିଯୁକ୍ତକୁ ଖୋଜୁଛି । ଯେଉଁ ନମ୍ବରରୁ କଲ୍‌ ଆସିଥିଲା ତା’ର ସର୍ଭିଲାନ୍ସ ଆଧାରରେ ଲୋକେସନ ଯାଞ୍ଚ ହେଉଛି । ଏହି ମାମଲାର ଯାଞ୍ଚ ପାଇଁ ପୋଲିସ ୪ଟି ଟିମ୍‌ ଲଗାଇଛି । ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ରହିଛି । ପୋଲିସ ମାମଲାରେ ଅଧିକ ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନଥଙ୍କୁ ବୋମାରେ ଉଡାଇ ଦେବାକୁ ଅନେକ ଥର ଧମକ ମିଳିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ଏଭଳି ଧମକ ମିଳୁଥିବା ପୋଲିସ କହୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.