ଦିଲ୍ଲୀ ବଜେଟ୍‌ ୨୦୨୪: ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଦେବେ କେଜ୍ରିଓ୍ଵାଲ ସରକାର

କେଜ୍ରିୱାଲ ସରକାର ବର୍ତ୍ତମାନ ଦିଲ୍ଲୀରେ ପ୍ରତ୍ୟେକ ମହିଳାଙ୍କୁ ୧୦୦୦ ଟଙ୍କା ଦେବେ । ୧୮ ବର୍ଷରୁ ଊର୍ଦ୍ଧ୍ୱ ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଦିଆଯିବ ।

ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ ମାର୍ଲେନା ସୋମବାର କେଜ୍ରିୱାଲ ସରକାରଙ୍କ ଦଶମ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ଶିକ୍ଷା ପାଇଁ ୧୬,୩୯୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ଉପସ୍ଥାପିତ ଏହି ବଜେଟ୍‌ରେ ମହିଳାମାନଙ୍କୁ ଏକ ବିଶେଷ ଉପହାର ଦେବାକୁ ଘୋଷଣା କରାଯାଇଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ କେଜ୍ରିୱାଲ ସରକାର ବର୍ତ୍ତମାନ ଦିଲ୍ଲୀରେ ପ୍ରତ୍ୟେକ ମହିଳାଙ୍କୁ ୧୦୦୦ ଟଙ୍କା ଦେବେ । ୧୮ ବର୍ଷରୁ ଊର୍ଦ୍ଧ୍ୱ ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଦିଆଯିବ । ଦିଲ୍ଲୀ ସରକାର ‘ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା’ ଅଧୀନରେ ୧୦୦୦ ଟଙ୍କା ରାଶି ପ୍ରଦାନ କରିବେ ।

ଦିଲ୍ଲୀ ସରକାର ସ୍ୱାସ୍ଥ୍ୟ ବଜେଟ ୮୬୮୫ କୋଟି ଟଙ୍କା ରଖିଛନ୍ତି । ସରକାରୀ ଡାକ୍ତରଖାନାଗୁଡ଼ିକର ରକ୍ଷଣାବେକ୍ଷଣ ତଥା ସୁବିଧା ପାଇଁ ୬୨୧୫ କୋଟି ଟଙ୍କା ପ୍ରଦାନ କରାଯିବ । ଏହାସହିତ ମୋହାଲା କ୍ଲିନିକ ପାଇଁ ୨୧୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଅର୍ଥମନ୍ତ୍ରୀ ରାଜ୍ୟ ବିଧାନସଭାରେ ନିଜର ପ୍ରଥମ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାର ରାମ ରାଜ୍ୟର ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି । କେଜ୍ରିୱାଲ ସରକାରଙ୍କ କାର୍ଯ୍ୟ ରାମ ରାଜ୍ୟର ପରିକଳ୍ପନା ଆଧାରରେ ହିଁ କରାଯାଇଥାଏ । ଏଥର ସରକାର ୭୬ ହଜାର କୋଟି ଟଙ୍କା ବଜେଟ୍ ଉପସ୍ଥାପନ କରିଛନ୍ତି, ଯାହା କି, ଗତ ବର୍ଷ ତୁଳନାରେ ପାଖାପାଖି ୨ ହଜାର କୋଟି ଟଙ୍କା କମ୍ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.