Below header

ପରିହାସ ସହି ନପାରି ଆଇଏଏସ ହେଲି: ସୁଜାତା ରାଉତ କାର୍ତ୍ତିକେୟନ

ଆରେ ଲଡକୀ କୋ ପଢ଼ାଓଗେଁ, କ୍ୟା କରେଙ୍ଗି,କଲେକ୍ଟର ବନୋଗି କ୍ୟା ? ଏଭଳି କିଛି ପରିହାସ ଆଜି ଆଇଏଏସ ଭାବେ ଛିଡା କରିଛି ସୁଜାତା ରାଉତ କାର୍ତ୍ତିକେୟନଙ୍କୁ। କଟକରେ ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ତମ ବାର୍ଷିକ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ।

କଟକ(କେନ୍ୟୁଜ): ଆରେ ଲଡକୀ କୋ ପଢ଼ାଓଗେଁ, କ୍ୟା କରେଙ୍ଗି,କଲେକ୍ଟର ବନୋଗି କ୍ୟା ? ଏଭଳି କିଛି ପରିହାସ ଆଜି ଆଇଏଏସ ଭାବେ ଛିଡା କରିଛି ସୁଜାତା ରାଉତ କାର୍ତ୍ତିକେୟନଙ୍କୁ। କଟକରେ ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ତମ ବାର୍ଷିକ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ।

ଏକ ମଧ୍ୟବିତ୍ତ ପରିବାରରେ ବଢି ବହୁ କଷ୍ଟରେ ସୁଜାତାଙ୍କ ବାପା କେନ୍ଦ୍ରାପଡା ପଟାମୁଣ୍ଡାଇ ବଲୁରିଆ ହାଇସ୍କୁଲରେ ପଢି ରେଭେନ୍ସାରେ ଉଚ୍ଚ ଶିକ୍ଷା ଓ ଏସସିବିରେ ଡାକ୍ତରୀ ପଢି ଡାକ୍ତର ହୋଇଥିଲେ। ଜଣେ ଡ଼ାକ୍ତରଙ୍କ ଝିଅ ହୋଇ ମଧ୍ୟ ସୁଜାତା କିନ୍ତୁ କଳା ପଢିବା ଆଗ୍ରହୀ ଥିଲେ। ଏବଂ ଦିଲ୍ଲୀ ଯାଇ କଳାରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। କିଭଳି ଥିଲା ସୁଜାତା ରାଉତ କାର୍ତ୍ତିକେୟନଙ୍କ ଏହି ଉଚ୍ଚ ଶିକ୍ଷାର ଯାତ୍ରା।

ରେଭେନ୍ସା ବାଳିକା ବିଦ୍ୟାଳୟର ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ସେ ସମ୍ପର୍କରେ ନିଜେ କହିଛନ୍ତି ସୁଜାତା କାର୍ତ୍ତିକେୟନ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ କିଟ ଓ କିସ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.