ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଓଢଣ ଷଷ୍ଠୀ ନୀତି, ଶ୍ରୀଜିଉମାନଙ୍କୁ କରାଯିବ ଘୋଡ଼ଲାଗି

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଓଢଣ ଷଷ୍ଠୀ ନୀତି। ଏହି ଅବସରରେ ଶ୍ରୀଜିଉମାନଙ୍କୁ ଘୋଡ଼ଲାଗି କରାଯିବ। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ବାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ। ଆଜି ମହାପ୍ରଭୁଙ୍କ ସକଳ ଧୂପ ବଢିବା ପରେ ମଇଲମ କରାଯାଇଥିଲା।

ପୁରୀ(କେନ୍ୟୁଜ): ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଓଢଣ ଷଷ୍ଠୀ ନୀତି। ଏହି ଅବସରରେ ଶ୍ରୀଜିଉମାନଙ୍କୁ ଘୋଡ଼ଲାଗି କରାଯିବ। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ବାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ। ଆଜି ମହାପ୍ରଭୁଙ୍କ ସକଳ ଧୂପ ବଢିବା ପରେ ମଇଲମ କରାଯାଇଥିଲା।

ପୂର୍ବ ରାତିରୁ ଭୋଗମଣ୍ଡପ ପରେ ଅଧିବାସୀତ ହୋଇଥିବା ଘୋଡମାନଙ୍କୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡଦେଉଳକୁ ତିନି ଘେରା ପ୍ରଦକ୍ଷିଣ କରାଇ ରତ୍ନସିଂହାସନକୁ ବିଜେ କରାଯାଇଥିଲା। ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ ଲାଗି ବଢିବାପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା।

ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯାଇଥିଲା। ଆଜି ସୋମବାର ହେତୁ ଷଷ୍ଠୀ ଅବସରରେ କଳାଛିଟା ମିଶା ଶୁକ୍ଳରଙ୍ଗର ଘୋଡ଼ ଲାଗି ହୋଇଥିଲା। ମଖଲମ ଓ ସୂତା କପଡ଼ାର ଦରଜୀ ସେବକଙ୍କ ଦ୍ଵାରା ଶ୍ରୀଜୀଉଙ୍କର ଏହି ଘୋଡ଼ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥିଲା। ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ ଦର୍ଶନ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.