Below header

କଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇସାନ ବୁଖାରୀକୁ ନେଇ ବସୁଠି ଚର୍ଚ୍ଚା : CDR ରିପୋର୍ଟ ଖୋଲିବ ସବୁ ଗୁମର

ଯାଜପୁର ନେଉଳପୁରରୁ ଗିରଫ କଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇସାନ ବୁଖାରୀର ଖୋଲୁଛି ଗୁମର । CDR ରିପୋର୍ଟ ବୁଖାରୀର ଆତଙ୍କୀ ଲିଙ୍କ ଖୋଲିବ । ISI ସହ ତାର ସଂପର୍କ ନେଇ ଚର୍ଚ୍ଚା ହେଉଛି। ପାକିସ୍ତାନର କଟ୍ଟର ହିନ୍ଦୁ ବିରୋଧୀ ମୁଫତି ତାରିକ ମାସୁଦ ସହ ରହିଛି ସୟଦ ବୁଖାରୀର ଲିଙ୍କ୍। ଏନେଇ STF ପକ୍ଷରୁ ସୂଚନା ଦିଆଯାଇଛି।

ଯାଜପୁର(କେନ୍ୟୁଜ): ଯାଜପୁର ନେଉଳପୁରରୁ ଗିରଫ କଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇସାନ ବୁଖାରୀର ଖୋଲୁଛି ଗୁମର । CDR ରିପୋର୍ଟ ବୁଖାରୀର ଆତଙ୍କୀ ଲିଙ୍କ ଖୋଲିବ । ISI ସହ ତାର ସଂପର୍କ ନେଇ ଚର୍ଚ୍ଚା ହେଉଛି। ପାକିସ୍ତାନର କଟ୍ଟର ହିନ୍ଦୁ ବିରୋଧୀ ମୁଫତି ତାରିକ ମାସୁଦ ସହ ରହିଛି ସୟଦ ବୁଖାରୀର ଲିଙ୍କ୍। ଏନେଇ STF ପକ୍ଷରୁ ସୂଚନା ଦିଆଯାଇଛି।

ତାରିକ୍ ସହ ସେ ଫେକ୍ ସିମ୍ ରେ ଚାଟ କରୁଥିଲା। ତା ପାଖରୁ ମିଳିଥିବା ଚାରୋଟି ମୋବାଇଲ ଫୋନ୍ ମଧ୍ୟରୁ ଦୁଇଟିର ମେମୋରୀ ନଷ୍ଟ କରିଦେଇଛି। ଏହି ଫୋନକୁ SFSLକୁ ପଠାଯାଇଛି। ଡେଟିଂ ଓ ମାଟ୍ରିମୋନି ଆପରେ ସକ୍ରିୟ ଥିଲା ବୁଖାରି। ପ୍ରେମିକାଙ୍କୁ ଢାଲ କରି ପାକିସ୍ତାନକୁ ଗୋପନୀୟ ତଥ୍ୟ ପଠାଉଥିବା ନେଇ ସନ୍ଦେହ ବଢୁଛି।

ସେ ବିବାହ କରିଥିବା ୭ ଜଣ ମହିଳାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ । ଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଛି। ଏସବୁକୁ ଖୁବଶୀଘ୍ର ଫ୍ରିଜ କରାଯିବ। ବୁଖାରୀର ବେଆଇନ ଅର୍ଥନୈତିକ କାରବାର ତଦନ୍ତ ନେଇ ଫାଇନାନସିଆଲ ଇଣ୍ଟେଲିଜେନସ ୟୁନିଟ- FIU କୁ ଚିଠି ଲେଖିଛି ଏସଟିଏଫ । ତାକୁ ସାତ ଦିନ ରିମାଣ୍ଡରେ ଆଣିବାକୁ ଆଜି କୋର୍ଟରେ ଆବେଦନ କରାଯିବ। ତଦନ୍ତରେ ସହଯୋଗ କରିବ NIA, STF, ଆଇବି ସହ କେରଳ, ପଞ୍ଜାବ ଓ ମହାରାଷ୍ଟ୍ର ପୋଲିସ ଜେରା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.