ଜାଡ଼ରେ ଥରୁଛି ସାରା ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୧ ସହର, ସବୁଠୁ ଥଣ୍ଡା ଫୁଲବାଣୀ

ଜାଡ଼ରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୧୦ ଡିଗ୍ରୀ ତଳେ ୧୧ ସହରର ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ୮ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ପାଲଟିଛି ।

ଭୁବନେଶ୍ୱର(କେନ୍ୟୁଜ):  ଜାଡ଼ରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୧୦ ଡିଗ୍ରୀ ତଳେ ୧୧ ସହରର ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ୮ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ପାଲଟିଛି। କିରେଇରେ ୮.୨, ଜି.ଉଦୟଗିରିରେ ୮.୬ , ରାଉରକେଲାରେ ୮.୮ ଓ ଝାରସୁଗୁଡ଼ାରେ ୯.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ହାଡ଼ଭଙ୍ଗା ଶୀତ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ଶିମିଳିପାଳରେ ତୁଷାରପାତ ହେଉଛି। ବିଭିନ୍ନ ସ୍ଥାନରେ ବରଫ ଆସ୍ତରଣ ପଡିଛି। ୨୦ ତାରିଖ ଯାଏ ଶୀତ ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୩ ଓ ୨୪ ତାରିଖ ବେଳକୁ ଉତ୍ତର ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ। ପଶ୍ଚିମା ବୟୁ ପ୍ରଭାବରେ ଏଭଳି ପରିବର୍ତ୍ତନ ଆସିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.