Below header

ରାଉରକେଲାରେ ବ୍ୟାପୁଛି ଡାଇରିଆ : ୩ ଦିନରେ ଗଲାଣି ୭ ଜଣଙ୍କ ଜୀବନ

୭ ଜୀବନ ନେଲାଣି ଡାଇରିଆ। ରାଉରକେଲାରେ ବ୍ୟାପୁଛି ଝାଡାବାନ୍ତି। ୩ ଦିନରେ ଗଲାଣି ୭ ଜଣଙ୍କ ଜୀବନ। ୩ଶହରୁ ଊର୍ଦ୍ଧ୍ଵ ଲୋକ ଆକ୍ରାନ୍ତ ହେବା ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଆରମ୍ଭ। ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ରାଉରକେଲା (କେନ୍ୟୁଜ): ୭ ଜୀବନ ନେଲାଣି ଡାଇରିଆ। ରାଉରକେଲାରେ ବ୍ୟାପୁଛି ଝାଡାବାନ୍ତି। ୩ ଦିନରେ ଗଲାଣି ୭ ଜଣଙ୍କ ଜୀବନ। ୩ଶହରୁ ଊର୍ଦ୍ଧ୍ଵ ଲୋକ ଆକ୍ରାନ୍ତ ହେବା ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଆରମ୍ଭ। ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସୁନ୍ଦରଗଡ଼ର ଚାରି ଜଣିଆ ସ୍ୱାସ୍ଥ୍ୟ ଟିମ ମଧ୍ୟ ରୋଗୀମାନଙ୍କୁ ଚିକିତ୍ସା କରୁଛନ୍ତି। ରାଉରକେଲା ବିଧାୟକ ସାରଦା ନାୟକ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ହର୍ଷଦ ପରାଗ ଗଭାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ସ୍ଥିତି ପରଖିଛନ୍ତି। ହଠାତ କେଉଁ କାରଣରୁ ସହରରେ ଡାଇରିଆ ବ୍ୟାପିଲା ତାର କାରଣ ଖୋଜିବାକୁ ଟିମ ତଦନ୍ତ ଜାରି ରଖିଛି। ତେବେ ସହରରେ ଡଇରିଆ ରୋଗ ବ୍ୟାପିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.