Below header

ଡାହାଣୀ ସନ୍ଦେହରେ ହତ୍ୟାର ଶିକାର ହେଲେ ମହିଳା, କଟୁରୀରେ ହାଣିଲା ପଡୋଶୀ

ମୟୂରଭଞ୍ଜ (କେନ୍ୟୁଜ୍) : ପୁଣି ଜୀବନ ନେଲା ଅନ୍ଧବିଶ୍ୱାସ । ଡାହାଣୀ ସନ୍ଦେହରେ ହତ୍ୟାର ଶିକାର ହେଲେ ମହିଳା । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିନ ଖୁରୁଣ୍ଟିଆ ଗାଁରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କଲେ ପଡୋଶୀ । ଘଟଣା ଅନୁସାରେ ସୁନି ସିଂଙ୍କ ପଡୋଶୀ ବାୟା ସିଂ । ବାୟା ସିଂଙ୍କ ପୁଅର ଦେହ ଲଗାତର ଭାବେ ଅସୁସ୍ଥ ରହି ଆସୁଛି । ଯାହାକୁ ନେଇ ୩ବର୍ଷ ପୂର୍ବରୁ ସୁନି ସିଂକୁ ଡାହାଣୀ ସନ୍ଦେହ କରୁଥିଲେ ବାୟା ସିଂ । ଗତକାଲି ରାତିରେ ବାୟା ସିଂ ବାହାରକୁ ଯିବାବେଳେ ହଠାତ ସୁନି ସିଂଙ୍କ ସହ ମୁହାଁମୁହିଁ ହୋଇଥିଲା।

ପରେ ସୁନି ସିଂ ବାୟା ସିଂଙ୍କୁ ମାରି ଦେବା ଧମକ ଦେଇଥିଲେ। ଏଭଳି ଧମକରେ ବାୟା ସିଂ ଭୟଭୀତ ହୋଇ ସୁନି ସିଂଙ୍କୁ ଚାପୁଡା ମାରିବା ସହ ଏକ କଟୁରୀରେ ହାଣି ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁନି ସିଂଙ୍କ ମୃତ୍ୟୁ ହୋଇଥିଲା । ସୁନି ସିଂଙ୍କ ସ୍ୱାମୀ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହ ମୃତ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ହତ୍ୟାକାରୀ ବାୟା ସିଂ ମୋରଡା ଥାନାରେ ଆତ୍ମସମର୍ପଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.