ଦଳିତ ମହିଳାଙ୍କୁ ସରକାରୀ ରାସ୍ତା ମନା!

ମାହାଙ୍ଗା (କେ ନ୍ୟୁଜ୍‌) : ଦଳିତ ମହିଳା ଓ ତାଙ୍କ ପରିବାରକୁ ସରକାରୀରେ ରାସ୍ତାରେ ଯିବା ମନା । ପ୍ରତିବାଦ କରିବାରୁ ମହିଳାଙ୍କୁ ଆକ୍ରମଣ । କଟକ ମାହାଙ୍ଗା ବ୍ଲକ୍‌ କୁରୁଜଙ୍ଗା ଗାଁରେ ଜଣେ ମହିଳା ଏଭଳି ଅଭିଯୋଗ କରିଛନ୍ତି। ଗାଁର ସ୍ୱପ୍ନେଶ୍ୱର ମଣ୍ଡଳଙ୍କ ପୁଅ ସେହି ଗାଁର ଲକ୍ଷ୍ମୀପ୍ରିୟାଙ୍କୁ ସରକାରୀ ରାସ୍ତାରେ ଯିବାକୁ ମନା କରିଥିଲେ । ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣକ ଭଦ୍ରେଶ୍ୱର ଫାଣ୍ଡିରେ ଅଭିଯୋଗ କରିଥିଲେ । ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସେ କହିଛନ୍ତି । ଫଳରେ ମହିଳା ଜଣକ ପରିବାର ସହ ଥାନା ସମ୍ମୁଖରେ ଧାରଣା ଦେବାକୁ ଚେତବାନୀ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.