Below header

ଭଦ୍ରକ : ଘରେ ଶୋଇଥିବା ବେଳେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ

ଭଦ୍ରକ(କେନ୍ୟୁଜ୍) : ବଂଶଡା ଥାନା ଘଣ୍ଟେଶ୍ୱର ଖଦାଳପୋଖରୀ ଗାଁରେ ଅଭାବନୀୟ ଘଟଣା । ଘରେ ଶୋଇଥିବା ବେଳେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ । ଖଦାଳପୋଖରୀ ଗାଁର ପ୍ରହଲାଦ ନାୟକଙ୍କ ଗରେ ଗତକାଲି ବିଳମ୍ବିତ ରାତିରେ ଚଣ୍ଡିପାଠ କରାଯାଉଥିଲା । ପରେ ପ୍ରହଲାଦ ନିଜ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଥିବା ବେଳେ ନିଜେ ମଧ୍ୟ ଗୁରୁତର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଝିଅକୁ ବଳି ପକାଯାଇଥିବା ଅଭିଯୋଗ ଆଣିଛନ୍ତି ପ୍ରହଲାଦଙ୍କ ଶ୍ୱଶୁର ଘର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.