ସୁପ୍ରିମକୋର୍ଟରେ ଆଜି ପ୍ରକାଶ ପାଇବ ଶ୍ରୀମନ୍ଦିର ସଂସ୍କାର ମାମଲାର ରାୟ

ପୁରୀ(କେନ୍ଯୁଜ୍): ସୁପ୍ରିମକୋର୍ଟରେ ଆଜି ପ୍ରକାଶ ପାଇବ ଶ୍ରୀମନ୍ଦିର ସଂସ୍କାର ମାମଲାର ରାୟ । ଦେଶର ଅନ୍ୟ ପ୍ରମୁଖ ମନ୍ଦିର ଭଳି ପୁରୀ ଶ୍ରୀମନ୍ଦିରରେ ଲାଗୁ ହୋଇପାରେ ଧାଡ଼ି ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର ସଂସ୍କାର ଓ ଶୃଙ୍ଖଳିତ ଦର୍ଶନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ। ଏନେଇ ଆମିକସ୍ କ୍ୟୁରୀ ଦେଇଥିବା ରିପୋର୍ଟ ଉପରେ ଆଜି ରାୟ ଦେବେ ସର୍ବୋଚ୍ଚ ଅଦାଲତ। ଧାଡ଼ି ଦର୍ଶନ, ବଂଶାନୁକ୍ରମିକ ସେବା ପ୍ରସଙ୍ଗ, ଦାନ ଦକ୍ଷିଣା ଆଦାୟରେ ରୋକ ଭଳି ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍କୁ ଶ୍ରୀମନ୍ଦିର ସଂସ୍କାର ରିପୋର୍ଟରେ ଫୋକସ କରିଥିଲେ ଆମିକସ୍ କ୍ୟୁରୀ। ସେପଟେ ଶ୍ରୀମନ୍ଦିର ସୁରକ୍ଷା ବଳୟରୁ ଉଚ୍ଛେଦ ମାମଲାରେ ରାଜ୍ୟ ସରକାରଙ୍କ ଷ୍ଟାଟସ୍ ରିପୋର୍ଟରେ ସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ।