କାର୍ତ୍ତିକ ମାସରେ ଏହି ଉପାୟ ଦୂର କରିବ ଆପଣଙ୍କ ଦୁର୍ଭାଗ୍ୟ, ଜାଣନ୍ତୁ ଏହା ପାଇଁ କଣ କରିବେ

କାର୍ତ୍ତିକ ମାସ ଚାଲୁଛି। ଏହି ମାସ ପୂଜା ପାଠ ପାଇଁ ବହୁତ ପୂଣ୍ୟ ମାସ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ମାସରେ ବହୁତ ବଡ ମହତ୍ତ୍ୱ ରହିଛି। ଏହି ମାସରେ ତୁଳସୀକୁ ପୂଜା କରାଯାଏ ଏବଂ ଏମିତି କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି ଧାରଣା ରହିଛି। କେବଳ ଏତିକି ନୁହେଁ ଆପଣ ଅନେକ ସମସ୍ୟାକୁ ତୁଳସୀ ସାହାଯ୍ୟରେ ଦୂର କରିପାରିବେ। ତେବେ ଆଜି ଆମେ କାର୍ତ୍ତିକ ମାସରେ କରାଯାଉଥିବା କିଛି ଉପାୟ ବିଷୟରେ ଜଣାଇବୁ ଯାହା ଆପଣଙ୍କ ଦୁର୍ଭାଗ୍ୟ ଦୂର କରିଥାଏ।

ଚାକିରିରେ ଉନ୍ନତି

ଆପଣ ଗୁରୁବାର ଦିନ ତୁଳସୀ ଗଛରେ ହଳଦିଆ କପଡା ବାନ୍ଧି ଅଫିସ କିମ୍ବା ଦୋକାନରେ ରଖନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ବ୍ୟବସାୟରେ ଉନ୍ନତି ବଢ଼ିବ ଏବଂ ଚାକିରିରେ ପ୍ରମୋସନ ମଧ୍ୟ ମିଳିବ।

tusli-pujaଲକ୍ଷ୍ମୀଙ୍କ କୃପା

କାର୍ତ୍ତିକ ମାସରେ ଆପଣ ଘରେ ତୁଳସୀ ଗଛ ନଥିଲେ ତୁରନ୍ତ ଲଗାନ୍ତୁ। ଏହାସହିତ ଶ୍ରୀହରି ନାରାୟଣଙ୍କ ଚିତ୍ର କିମ୍ବା ପ୍ରତିମା ଘରେ ରଖନ୍ତୁ ଏବଂ ସେହି ଫଟୋରେ ତୁଳସୀର ୧୧ଟି ପତ୍ରକୁ ବାନ୍ଧି ଦିଅନ୍ତୁ। ଏମିତି କଲେ ଆପଣଙ୍କ ଘରେ ଧନ-ସମ୍ପତ୍ତିର ଅଭାବ ରହିବନାହିଁ।

ଏହାସହ ପଢନ୍ତୁ : ଏହି ଗଛର ସେବା କଲେ ମା’ ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ, ଘରେ ପଡିବ ନାହିଁ କାହାର କୁପ୍ରଭାବ

ଧନ ଲାଭ ପ୍ରାପ୍ତ କରିବା ପାଇଁ

ସକାଳୁ ଉଠି ତୁଳସୀକୁ ଏଗାରଟି ପତ୍ର ତୋଳି ଦିଅନ୍ତୁ। କିନ୍ତୁ ଏହା ଧ୍ୟାନ ରଖନ୍ତୁ ଯେ ପତ୍ର ଛିଡାଇବା ପୂର୍ବରୁ ତୁଳସୀ ମାଙ୍କୁ ହାତ ଯୋଡି କ୍ଷମା ମାଗି ନିଅନ୍ତୁ ଏବଂ ତା ପରେ ଯାଇ ପତ୍ର ଛିଡାନ୍ତୁ। ଏହାକୁ ଘରର ସେହି ପାତ୍ରରେ ରଖନ୍ତୁ ଯେଉଁଠି ଆପଣ ଅଟା ରଖୁଛନ୍ତି। ଏହାପରେ ସେହି ଅଟାକୁ ଆପଣ ପ୍ରୟୋଗ କଲେ କିଛି ଦିନ ମଧ୍ୟରେ ଆପଣଙ୍କ ଘରେ ପରିବର୍ତ୍ତନ ଦେଖାଯିବ। ଏହାସହିତ ଆପଣଙ୍କ ଘରେ କେବେବି ଧନର ଅଭାବ ରହିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.