Below header

ବାଲେଶ୍ୱର ରସୁଲପୁର ଗାଁରେ ଅଭାବନୀୟ ଘଟଣା, ପିଲା ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର : ପିଲା ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ରସୁଲପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ଭୋର ସମୟରେ ୪ଜଣ ଦୃର୍ବୃତ୍ତ ଏକ କାରରେ ଆସି ଗାଁର ଅଭିମନ୍ୟୁ ବେହେରାଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିଲେ ।

ପରିବାର ଲୋକଙ୍କ ନିଦ ଭାଙ୍ଗିଯିବାରୁ ଅଜଣା ଲୋକଙ୍କୁ ଦେଖି ଚିତ୍କାର କରିବା ପରେ ଗ୍ରାମବାସୀ ପହଞ୍ଚି ଦୁଇ ଯୁବକଙ୍କୁ କାବୁ କରିଥିଲେ । ତେବେ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଯୁବକ ଦୁଇଜଣଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନ ପାଇବା ପରେ ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ ମାରିଥିବା ଜଣାପଡିଛି । ଖବର ପାଇ କମର୍ଦ୍ଦା ପୋଲିସ୍‌ ପହଁଚି ଦୁଇ ଜଣଙ୍କୁ ଉଦ୍ଧାର କରି ଅଧକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.