୧୦ ହଜାର ଟଙ୍କାରେ ବୁକ୍ କରାନ୍ତୁ ଏହି କାର, ୧ କିମି ପାଇଁ ଦେବାକୁ ପଡିବ ମାତ୍ର ୪୦ ପଇସା

ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ମହଙ୍ଗା ହେଉଛି। ତେଣୁ ଏହାକୁ ନେଇ ଏବେ ସମସ୍ତେ ଚିନ୍ତିତ। ପେଟ୍ରୋଲ ଓ ଡିଜେଲ ଗାଡିକୁ ମାତ୍ ଦେବା ପାଇଁ ଏବେ ବଜାରରେ ସୁଲଭ ଦରରେ ଉପଲବ୍ଧ ହେଉଛି ବିଦ୍ୟୁତ୍ ଚାଳିତ ବାହନ। ତେଣୁ ବିଦ୍ୟୁତ୍ ଚାଳିତ ବାହନ ଗୁଡିକର ବିକ୍ରି ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ମଧ୍ୟରେ ମୁମ୍ଵାଇର ଏକ ଷ୍ଟାର୍ଟଅପ୍ କମ୍ପାନୀ ଏକ ଏଭଳି ଇଲେକ୍ଟ୍ରିକ୍ କାର ତିଆରି କରିଛି ଯାହା ଦୁନିଆର ସବୁଠୁ ଶସ୍ତା କାର୍ ବୋଲି ଦାବି କରାଯାଉଛି।

ଏହି ଇଲେକ୍ଟ୍ରିକ୍ କାରକୁ ଷ୍ଟର୍ମ ମୋଟର୍ସ ପ୍ରସ୍ତୁତ କରିଛି। ଏହାର ନାମ Strom R3 ଦିଆଯାଇଛି। ଏହି କାରର ଦାମ୍ ୪.୩ ଲକ୍ଷ ଟଙ୍କା। ତେବେ କମ୍ପାନୀ ଭାରତରେ ଏହି କାରର ବୁକିଂ ଆରମ୍ଭ କରିଦେଲାଣି। Strom R3ର ପ୍ରି-ବୁକିଂ ମୁମ୍ବାଇ ଏବଂ ଦିଲ୍ଲୀ ଏନସିଆରରେ ୧୦ ହଜାର ଟଙ୍କାରେ ଆରମ୍ଭ ହୋଇଗଲାଣି।

car
photo credit: Drive Spark

ଏହି କାର ୩ ଚକିଆ ବିଶିଷ୍ଟ, କିନ୍ତୁ ଏହା ଥ୍ରୀ ହ୍ଵିଲର ଭଳି ଲୁକ୍ ଦେଉନାହିଁ। ତେବେ ଏହି କାର ତିନି ଚକିଆ ବାହନ ଠାରୁ ଭିନ୍ନ। ଏହାର ଆଗରେ ୨ଟି ଚକ ରହିଥିବା ବେଳେ ପଛରେ ଗୋଟିଏ ଚକ ରହିଛି। Strom R3 କାର୍ ୨୦୦ କି.ମି ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏଥିରେ ୪ଜି କନେକ୍ଟେଡ ଡାଇଗ୍ନିଷ୍ଟିକ୍ ଇଞ୍ଜିନ୍ ରହିଛି। ଏହା ଗାଡି ଚାଳକକୁ ଟ୍ରାକ୍ ଲୋକେଶନ ଏବଂ ଚାର୍ଜର ଷ୍ଟାଟସ୍ ବିଷୟରେ କହିବ। ତେବେ ଏହି କାରର ଡେଲିଭରି ୨୦୨୨ରେ ହେବ। କମ୍ପାନୀ ଏଯାବତ୍ ୭.୫ କୋଟି ଟଙ୍କାରେ ୧୬୫ ୟୁନିଟ୍ ବୁକିଂ କରିସାରିଲାଣି।

ଯେଉଁମାନେ ସହର ଭିତରେ ୧୦ ରୁ ୨୦ କି.ମି ଯାଏଁ ଯାତ୍ରା କରୁଛନ୍ତି ସେମାନଙ୍କୁ ଦୃଷ୍ଟିରେ ରଖି ଏହି କାର୍ ତିଆରି କରାଯାଇଛି। ଏହି କାରର ଖର୍ଚ୍ଚ ପ୍ରତି କିଲୋମିଟର ପିଛା ୪୦ ପଇସା ଖର୍ଚ୍ଚ ହେବ। ତେବେ ଏହି କାରର ତିନି ପ୍ରକାର ଏବେ ଲଞ୍ଚ୍ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.