ଚଳିତବର୍ଷ ହୋଲିରେ ପଡୁଛି ଶୁଭ ସଂଯୋଗ, ହୋଲିକା ଦହନରେ ରହିବ ନାହିଁ ଭଦ୍ରା କାଳ ଯୋଗ

ହୋଲି ବସନ୍ତ ଋତୁର ଫାଲଗୁନ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିର ପର ଦିନ ପାଳନ କରାଯାଏ। ଏହି ପର୍ବ ପାରମ୍ପରିକ ଭାବେ ଦୁଇଦିନ ଯାଏ ପାଳନ କରାଯାଏ। ପ୍ରଥମ ଦିନରେ ହୋଲିକା ଦହନ ଆଉ ତା’ ପରେ ରଙ୍ଗ ଖେଳ। ଫାଲଗୁନ ମାସରେ ହୋଲି ପାଳନ କରାଯାଉଥିବା ହେତୁ ଏହାକୁ ଫାଲଗୁନୀ ମଧ୍ୟ କୁହାଯାଏ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଫାଲଗୁନ ମାସ ଶୁଳ୍କ ପକ୍ଷ ପୂର୍ଣ୍ଣିମା ତିଥି ୨୮ ମାର୍ଚ୍ଚ ୨୦୨୧ ରବିବାର ଦିନ ହୋଲିକା ଦହନ ପଡୁଥିବା ବେଳେ ୨୯ ମାର୍ଚ୍ଚ ସୋମବାର ଦିନ ହୋଲି ପଡୁଛି। ଏହି ଉତ୍ସବ କେବଳ ଭାରତ ତୁହେଁ ବରଂ ବିଦେଶରେ ଥିବା ଭାରତୀୟମାନେ ମଧ୍ୟ ପାଳିବେ।

ଚଳିତବର୍ଷ ହୋଲିରେ ବିଶେଷ ଯୋଗ ପଡୁଛି। ଯେର୍ଉଥିରେ ହୋଲି ଉତ୍ସବର ମହତ୍ତ୍ବ ଅଧିକ ବଢିଯାଉଛି। ଏହି ବର୍ଷ ହୋଲି ଦିନ ଧ୍ରୁବ ଯୋଗର ନିର୍ମାଣ ହେଉଛି। ଏହି ଦିନ ଚନ୍ଦ୍ରମା କନ୍ଯା ରାଶିରେ ପ୍ରବେଶ କରିବେ। ଏହାଛଡା ଅନ୍ଯ ଦୁଇଟି ବଡ ଏବଂ ମୁଖ୍ଯ ଗ୍ରହ ଶନି ଏବଂ ଗୁରୁ ହୋଲି ଦିନ ମକର ରାଶିରେ ପ୍ରବେଶ କରିବେ। ସେହିପରି ଶୁକ୍ର ଏବଂ ସୂର୍ଯ୍ଯ ମିନ ରାଶିରେ ରହିବେ। ମଙ୍ଗଳ ଓ ରାହୁ ବୃଷ ରାଶି, ବୁଦ୍ଧ କୁମ୍ଭ ରାଶି ଏବଂ କେତୁ ବୃଷ ରାଶିରେ ପ୍ରବେଶ କରିବେ। ଗ୍ରହର ସ୍ଥିତି ଦେଖି ଧ୍ରୁବ ଯୋଗ ରହିଛି । ଚଳିତଥର ହୋଲିର ସର୍ବାଥିସିଦ୍ଧି ଯୋଗ ଏବଂ ଅମୃତସିଦ୍ଧି ଯୋଗ ମଧ୍ୟ ରହିଛି।

holi color

୨୮ ମାର୍ଚ୍ଚ ସକାଳ ୧୦.୧୩ରୁ ୧୧.୧୬ ପର୍ଯ୍ଯନ୍ତ ଭଦ୍ରା ଲାଞ୍ଜ ରହିଥିବା ବେଳେ ୧୧.୧୬ରୁ ୧ଟା ପର୍ଯ୍ଯନ୍ତ ଭଦ୍ର ମୁଖ ରହିଥାଏ। ଭଦ୍ରା ଦ୍ବିପ୍ରହରରେ ସମାପ୍ତ ହେବ। ଏଥିପାଇଁ ସନ୍ଧ୍ଯାରେ ହୋଲିକା ଦହନ ବିନା ଭଦ୍ରା ପୂର୍ଣ୍ଣ ହୋଇଯିବ।

ପୂର୍ଣ୍ଣିମା ତିଥି ଆରମ୍ଭ ୨୮ ୨୮ ମାର୍ଚ୍ଚ ୨୦୨୧ ସକାଳ ୩.୨୭ରୁ ଆରମ୍ଭ ହେଉଥିବା ବେଳେ ତିଥି ସମାପ୍ତ ୨୯ ମାର୍ଚ୍ଚ ୧୨.୧୭ରେ ହେବ। ସେହିଭଳି ହୋଲିକା ଦହନର ବିଶେଷ ମୁହୂର୍ତ୍ତ ୨୮ ମାର୍ଚ୍ଚ ସନ୍ଧ୍ଯା ୬.୩୭ରୁ ଆରମ୍ଭ ହୋଇ ରାତି ୮.୫୬ ଯାଏ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.