Below header

ଭୁବନେଶ୍ୱର: ଯାଁଳା ଫାଣ୍ଡିରେ ଗାଡ଼ିରୁ ମୃତଦେହ ଉଦ୍ଧାର ଘଟଣାରେ ବଢିବାରେ ଲାଗିଛି ସସ୍‌ପେନ୍ସ,ପୋଲିସ ପାଇଁ ଚ୍ୟାଲେଞ୍ଜ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସରରେ ଗାଡ଼ିରୁ ଉଦ୍ଧାର ଘଟଣାରେ ବଢିବାରେ ଲାଗିଛି ସସ୍‌ପେନ୍ସ। ମୃତ ମହିଳା ଜଣକ କିଏ। ମହିଳାଙ୍କ ପରିଚୟ ଜାଣିବାକୁ ତନାଘନା ଚଳାଇଛି କମିସନରେଟ୍‌ ପୋଲିସ। କାର୍‌ ଭିତରେ କିପରି ମହିଳାଙ୍କ ମୃତ୍ୟୁ ହେଲା? ମହିଳାଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିଲା ନା କେହି ମୃତଦେହ ରଖି ପଳାଇ ଯାଇଥିଲା? ଦୀର୍ଘ ୬ ମାସ ହେଲା କାର ଭିତରେ ମୃତଦେହ ପଡିଥିଲେ ବି କିପରି ପୋଲିସ ଜାଣିପାରିଲାନାହିଁ? ଏବେ ଏଭଳି ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା ଚଳାଇଛି ପୋଲିସ।

ସଂପୃକ୍ତ ମହିଳାଙ୍କ ପରିଚୟ ଜାଣିବା ପାଇଁ ନରକଙ୍କାଳରୁ ମିଳିଥିବା ପୋଷାକର ଫଟୋ ଜାରି ହେବ ବୋଲି ଡିସିପି ସୂଚନା ଦେଇଛନ୍ତି। ଘଟଣାରେ ଯାଆଁଳା ଫାଣ୍ଡି ଅଧିକାରୀ ନିଲମ୍ବନ କରାଯାଇଛି। ତେବେ ମହିଳାଙ୍କ ଶରୀର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ପରିଚୟ ଜାଣିବା ପୋଲିସ ପାଇଁ କଷ୍ଟକର ହୋଇପଡିବ। ୨୦୧୯ରୁ ଫାଣ୍ଡି ପରିସରରେ ଥିଲା ଗାଡି । ଗଞ୍ଜାମ ପୋଲିସର ଏକ ସିଜର ଗାଡ଼ି ଥାନା ପରିସରରେ ରହିଥିଲା । ୨୦୧୯ ମସିହାରେ ଏକ ଗଞ୍ଜେଇ ଚାଲାଣ ମାମଲାରେ ଏହି ଗାଡ଼ିକୁ ସିଜ୍‌ କରିଥିଲା ପୋଲିସ ।

ଫେବ୍ରୁଆରୀ ମାସରେ ଗାଡ଼ି ନେବା ପାଇଁ ଆସିବା ବେଳେ ଏଥିରେ ଏକ ନରକଙ୍କାଳ ଥିବା ଦେଖିବାକୁ ମିଳିଥିଲା । ଏହାପରେ ସଙ୍ଗେସଙ୍ଗେ ସାଇଣ୍ଟିଫିକ୍‌ ଟିମକୁ ଡାକି କଙ୍କାଳର ଯାଞ୍ଚ କରାଯିବା ସହ ବ୍ୟବଛେଦ ପାଇଁ ଏମସ୍‌ ପଠାଯାଇଥିଲା । ଏହାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ମୃତକଙ୍କ ବୟସ ୪୫ ବର୍ଷ ପାଖାପାଖି ବୋଲି ଜଣାପଡିଛି । ମୃତକଙ୍କ ପରିଚୟ ପାଇଁ ଅନୁସନ୍ଧାନ ଚଳାଇଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.