ବାଲେଶ୍ବର: କାର ପାର୍କିଂକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ଫୁଟିଲା ଗୁଳି, ପ୍ରଫେସର ଗୁଳିକଲେ ଯୁବକଙ୍କୁ

ବାଲେଶ୍ବର(କେନ୍ୟୁଜ୍):  କାର ପାର୍କିଂକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ଫୁଟିଲା ଗୁଳି । ଏଭଳି  ଅଭାବନୀୟ ଘଟଣା ଗତକାଲି ବାଲେଶ୍ବରରେ ଦେଖିବାକୁ ମିଳିଛି । କାର ପାର୍କିଂକୁ ନେଇ ବାଲେଶ୍ବର ଟାଉନ ଥାନା ଅନ୍ତର୍ଗତ ସଞ୍ଜୟ ହାଇଟ୍ସରେ ରହୁଥିବା ଆନନ୍ଦ ସିଂ ଓ ପ୍ରଫେସର ଲକ୍ଷ୍ମଣ ବେହେରାଙ୍କ ମଧ୍ୟରେ ଆଜି ସକାଳେ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ପ୍ରତିଶୋଧ ପରାୟଣ ହୋଇ ପ୍ରଫେସର ଲକ୍ଷ୍ମଣ ବେହେରା ପଡୋଶୀ ଆନନ୍ଦ ସିଂଙ୍କ ଉପରକୁ ଗତକାଲି ସନ୍ଧ୍ୟା ବେଳେ ଗୁଳି କରିଥିଲେ ।

ଗୁଳିକାଣ୍ଡ ପରେ ଗୁରୁତର ଆନନ୍ଦ ସିଂ ଙ୍କୁ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଗୁଳି ଫୁଟିଥିବା ପ୍ରଫେସର ଲକ୍ଷ୍ମଣ ବେହେରାଙ୍କୁ ଟାଉନ ଥାନା ପୋଲିସ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.