Below header

ରବିବାର ଦିନ କରନ୍ତୁ ଏହି କାମ, ହେଉ ନଥିବା କାମ ହେବ ତୁରନ୍ତ

ହିନ୍ଦୁ ସନାତନ ଧର୍ମରେ ରବିବାର ଦିନକୁ ସୂର୍ଯ୍ୟ ଦେବଙ୍କୁ ସମର୍ପଣ କରାଯାଏ। ଯେଉଁ ବ୍ୟକ୍ତିଙ୍କର ସୂର୍ଯ୍ୟ ମଜବୁତ ରହିଥାଏ ତାଙ୍କ ଜୀବନରେ କେବେ କୌଣସି ପ୍ରକାର ସମସ୍ୟା ହୋଇନଥାଏ। ସର୍ବଦା ଧନ, ନାମ ଏବଂ ଯଶ ପ୍ରାପ୍ତ ହୋଇଥାଏ। କିନ୍ତୁ ସୂର୍ଯ୍ୟ ଯାହାର କୁଣ୍ଡଳୀରେ ଦୁର୍ବଳ ଥାନ୍ତି ସେମାନଙ୍କ ଜୀବନରେ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ।

ଯଦି ଆପଣଙ୍କର ବି କାମ ହେଉ ହେଉ ବିଗିଡି ଯାଉଛି, ତାହେଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଧର୍ମଶାସ୍ତ୍ର ଅନୁସାରେ ଏପରି ସୂର୍ଯ୍ୟ ଦୁର୍ବଳ ଥିବା କାରଣରୁ ହେଉଛି। ଏମିତିରେ ଆପଣଙ୍କୁ ନିଜ ସୂର୍ଯ୍ୟଙ୍କୁ ମଜବୁତ କରିବା ଜରୁରୀ। ଏମିତି କୁହାଯାଏ ଯେ ଯେଉଁ ବ୍ୟକ୍ତି ପ୍ରତିଦିନ ସକାଳ ଉଠି ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦିଅନ୍ତି, ତାହେଲେ ତାଙ୍କର କେବେ କୌଣସି ଜିନିଷର ଅଭାବ ରହେନାହିଁ।

ଯଦି ଆପଣଙ୍କ ପାଇଁ ପ୍ରତିଦିନ ଏମିତି କରିବା ସମ୍ବବ ହେଉନାହିଁ, ତାହେଲେ ରବିବାର ଦିନ ସକାଳୁ ଏହି କାମ ନିଶ୍ଚୟ କରନ୍ତୁ। କାହିଁକିନା ରବିବାର ଦିନକୁ ସୂର୍ଯ୍ୟଦେବଙ୍କ ଦିନ କୁହାଯାଏ। ଏହିଦିନ ତମ୍ବା ଲୋଟାରେ ଚାଉଳ, ଲାଲ ରଙ୍ଗର ଫୁଲ ଏବଂ ଲାଲ ଲଙ୍କାର କିଛି ଦିନ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ।

arghyaସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ରକୁ ଜପ କରନ୍ତୁ

ଓଁ ସୂର୍ଯ୍ୟାୟ ନମଃ
ଓଁ ହ୍ରିଂ ହ୍ରିଂ ସୂର୍ଯ୍ୟାୟ ନମଃ
ଓଁ ଘୃଣିଃ ସୂର୍ଯ୍ୟ ଦିତ୍ୟେମ
ଓଁ ଘୃଣିଃ ସୂର୍ଯ୍ୟ ଆଦିତ୍ୟ ଶ୍ରୀ
ଓଁ ହ୍ରିଂ ହ୍ରିଂ ସଃ ସୂର୍ଯ୍ୟାୟଃ ନମଃ

ରବିବାର ଦିନ ନିଶ୍ଚୟ କରନ୍ତୁ ଏହି କାମ

  • ସାମର୍ଥ୍ୟ ମୁତାବକ ତମ୍ବା ପାତ୍ର, ଲାଲ କପଡା, ଗହମ ଏବଂ ଲାଲ ଚନ୍ଦନ ଦାନ କରନ୍ତୁ।
  • ସୂର୍ଯ୍ୟ ଦେବଙ୍କୁ କେବେବି ବିନା ସ୍ନାନ କରି ଜଳ ଅର୍ପଣ କରନ୍ତୁନାହିଁ।
  • ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ପାଇଁ ଜଳରେ ଲାଲ ଚନ୍ଦନ ଏବଂ ଲାଲ ଫୁଲ ପକାଇ ପାରିବେ।
  • ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ଷ୍ଟିଲ, ରୂପା, କାଚ ଏବଂ ପ୍ଲାଷ୍ଟିକ ପାତ୍ରର ବ୍ୟବହାର କରନ୍ତୁନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.