ଭାରତ-ଇଂଲଣ୍ଡ ଟି-୨୦ ଦ୍ବିତୀୟ ମ୍ଯାଚ ଆଜି, ଦଳକୁ ଫେରିପାରନ୍ତି ରୋହିତ ଶର୍ମା

ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ ମ୍ଯାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ଯାଚ୍ ହାରିସାରିଛି ଭାରତ। ଏଥିପାଇଁ ପ୍ରଥମ ମ୍ଯାଚର ପରାଜୟର ପ୍ରତିଶୋଧ ନେବା ପାଇଁ ଆଜି ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ସେପଟେ ଇଂଲଣ୍ଡ ମଧ୍ୟ ଏହି ମ୍ଯାଚକୁ ଜିତିବା ପାଇଁ ସମସ୍ତ ପ୍ରୟାସ କରିବ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ଯା ୭ଟା ବେଳେ ଏହି ମ୍ଯାଚ ଆରମ୍ଭ ହେବ।

ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା । ପ୍ରଥମ ମ୍ଯାଚରେ ଯାହାର ଫାଇଦା ଉଠାଇ ଇଂଲଣ୍ଡ ସହଜ ବିଜୟ ହାସଲ କରିଥିଲା । ପ୍ରଥମ ମ୍ଯାଚରେ ଇଂଲଣ୍ଡର ବ୍ଯାଟିଂ, ବୋଲିଂ, ଫିଲ୍ଡିଂ ସବୁ କିଛି ଭଲ ରହିଥିଲା। ତେଣୁ ଏହି ମ୍ଯାଚରେ ବିରାଟ ବାହିନୀ ନିଜର ଫର୍ମକୁ ଫେରିବାକୁ ଚେଷ୍ଟା କରିବ। ତେଣୁ ଟିମ୍ ଇଣ୍ଡିଆ ପୁଣି ଥରେ ଟପ୍ ଅର୍ଡର ବ୍ଯାଟିଂରେ ପରିବର୍ତ୍ତନ କରିପାରେ। ପୂର୍ବ ମ୍ଯାଚରେ ରୋହିତ ଶର୍ମା ନଥିବାରୁ ବିରାଟ ଅନେକ ଟ୍ରୋଲିଂର ଶିକାର ହୋଇଥିଲେ। ତେଣୁ ଏଥର ରୋହିତଙ୍କୁ ଦେଖିବାକୁ ମିଳିପାରେ।

kohli

ଭାରତ: ରୋହିତ ଶର୍ମା/ଶିଖର ଧାୱନ, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ଶ୍ରେୟାସ ଆୟର, ରିଶଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ସର୍ଦୁଲ ଠାକୁର/ନବଦୀପ ସାଇନି, ଭୁବନେଶ୍ୱର କୁମାର, ୟୁଝବେନ୍ଦ୍ର ଚହଲ ।

ଇଂଲଣ୍ଡ: ଜାସନ ରୟ, ଜୋସ ବଟଲର, ଦାୱିଦ ମଲାନ, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ଇୟନ ମୋର୍ଗାନ(ଅଧିନାୟକ), ମୋଇନ ଅଲି/ ସାମ କୁରାନ, କ୍ରିସ୍ ଜୋର୍ଡାନ, ଜୋଫ୍ରା ଆର୍ଚର, ମାର୍କ ଉଡ୍, ଆଦିଲ ରସିଦ ।

You might also like