Below header

ବର୍ତ୍ତି ପାରିବେନି ପୁରୁଣା ଅପରାଧୀ, ଖୋଜି ବାହାର କରିବାରେ ଲାଗିଛି ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ବର୍ତ୍ତି ପାରିବେନି ପୁରୁଣା ଅପରାଧୀ। ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ୍ । ପୁରୁଣା ଅପରାଧୀଙ୍କୁ ଖୋଜି ବାହାର କରିବାରେ ଲାଗିଛି ପୋଲିସ । ଜାରି ହୋଇଥିବା NBWଙ୍କ ତାଲିକା ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଟିମ୍ । ଗତକାଲି ୩୭ ବର୍ଷ ପରେ ଧରାପଡ଼ିଥିଲା ଡକାୟତ । NBW ସ୍ପେଶାଲ ଡ୍ରାଇଭରେ ବାନ୍ଧିଲା ପାଟକୁରା ଥାନା ପୋଲିସ । ଏପଟେ ହତ୍ୟା ମାମଲାର ୨୧ବର୍ଷ ପରେ ଅଭିଯୁକ୍ତ ହାତକଡ଼ି ପିନ୍ଧାଇଥିଲା କଟକ ମଧୁପାଟଣା ଥାନା ପୋଲିସ । ଆଜି ନବରଙ୍ଗପୁର ପୋଲିସକୁ ମିଳିଛି ବଡ଼ ସଫଳତା ।

୬ ଦିନରେ ଧରାପଡିଛନ୍ତି ୪୩ NBW।  ସେହିଭଳି ୧୩ ବର୍ଷ ପରେ ରାଜ୍ୟ ବାହାରୁ ଅଭିଯୁକ୍ତକୁ ଧରିଲା ମଞ୍ଚେଶ୍ୱର ପୋଲିସ । ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଜଣେ ଛାତ୍ରଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା କରି କାଜୁ ଜଙ୍ଗଲରେ ପୋତି ଦେଇଥିଲେ । ଭୁବନେଶ୍ୱରରେ ଗତ ୨୪ ଘଣ୍ଟାରେ ଗିରଫ ହୋଇଛନ୍ତି ୨୧ ଦୁର୍ଦ୍ଦାନ୍ତ ଅପରାଧୀ । ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ଗିରଫ କରିଛି କମିଶନରେଟ ପୋଲିସ । ଗତ ୭ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଥିବା NBW ସ୍ପେଶାଲ ଡ୍ରାଇଭ ଅଭିଯାନରେ ୧୦୦୦ ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.