ସମସ୍ତଙ୍କୁ ଖୁସି କରିଦେଲେ ଭାଇଜାନ୍, ସାମ୍ନାକୁ ଆସିଲା ‘ରାଧେ’ର ଦମଦାର ଲୁକ୍ ଓ ରିଲିଜ ଡେଟ୍

ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖୁସି ଖବର। ବଲିଉଡ ଭାଇଜାନଙ୍କ ଫିଲ୍ମକୁ ଅନେକ ଦିନରୁ ଅପେକ୍ଷା କରିଥିବା ଫ୍ଯାନଙ୍କ ପ୍ରତୀକ୍ଷାର ଅନ୍ତ ହୋଇଛି। ୨୦୨୧ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ’ର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି। ସଲମାନ ଖାନ ‘ରାଧେ’ର ଏକ ଦମଦାର ପୋଷ୍ଟ ସେୟାର କରି ଟ୍ଵିଟରେ ନିଜର ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି।

ସଲମାନ ଏହି ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରି ଲେଖିଛନ୍ତି, ଇଦର କମିଟମେଣ୍ଟ ଥିଲା, ଇଦରେ ହିଁ ଆସିବୁ କାରଣ ଏକ ବାର ଜୋ ମେନେଁ… ଏହି କ୍ୟାପସନ ସହ ସଲମାନ #RadheOn13thMay #2MonthsToRadhe ହ୍ୟାସଟ୍ୟାଗ୍ର ବ୍ୟବହାର କରିଛନ୍ତି। ମେ ୧୩ରେ ଫିଲ୍ମ ରିଲିଜ୍ ହେବ।

 

View this post on Instagram

 

A post shared by Salman Khan (@beingsalmankhan)


ଏହି ପୋଷ୍ଟର ବ୍ୟାକଗ୍ରାଉଣ୍ଡରେ ଜଳୁଥିବା ହେଲିକପ୍ଟର ଏବଂ ଗୋଳା-ବାରୁଦ ସହିତ ଯୁଦ୍ଧ ମଇଦାନ ନଜର ଆସୁଛି। ସଲମାନଙ୍କ ସହିତ ଏହି ଫିଲ୍ମରେ ଦିଶା ପଟାନି, ରଣଦୀପ ହୁଡ୍ଡା ଓ ଜ୍ୟାକି ଶ୍ରଫ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଛନ୍ତି ସଲମାନ ଖାନ, ସୋହେଲ ଖାନ ଓ ରିଲ୍ ଲାଇଫ ପ୍ରଡକ୍ସନ ପ୍ରାଇଭେଟ୍ ଲିମିଟେଡ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.