Below header

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଓ ଅଟୋ ମଧ୍ୟରେ ଧକ୍କା, ୬ ମୃତ

ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଜଣଙ୍କର ଜୀବନ। ଖବର ମୁତାବକ, କୃଷ୍ଣ ଜିଲ୍ଲାର ଗୋଲାପଲ୍ଲୀ ଗାଁରେ ଟ୍ରକ ଏବଂ ଅଟୋ ରିକ୍ସା ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି।

ଖବର ଅନୁଯାୟୀ, ଆଜି ଭୋରରୁ ଆନ୍ଧ୍ରପ୍ରଦେଶ ଗୋଲାପଲ୍ଲୀ ନିକଟରେ ଏକ ଅଟୋକୁ ଲରୀ ଧକ୍କା ଦେଇଥିଲା। ବୀପରିତ ଦିଗରୁ ଆସୁଥିବା ଏକ ଲରୀ ଅଟୋକୁ ଧକ୍କା ଦେଇଥିଲା । ତେବେ ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା । ଗୋଟିଏ ଅଟୋରେ ଡ୍ରାଇଭର ସମେତ ୧୨ ଜଣ ଯାଉଥିଲେ ।

ସେହିପରି ଦୁର୍ଘଟଣାରେ ଅନ୍ୟ ୬ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ବିଜୟୱାଡା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.