ରାୟଗଡ଼ା: ରାସ୍ତା ଉପରେ ଜଳିଗଲା ଟ୍ୟାଙ୍କର, ୬ ଆହତ

ରାୟଗଡ଼ା: ରାସ୍ତା ଉପରେ ଜଳିଗଲା ଟ୍ୟାଙ୍କର। ରାୟଗଡ଼ା ମଝିଘରିଆଣିସ୍ଥିତ ପୋଲ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ପ୍ରାୟ ୬ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଟ୍ୟାଙ୍କରରେ ଏସିଡ୍‌ ବୋଝେଇ ହୋଇ ବିଶାଖାପାଟଣାରୁ ଜେକେ କାଗଜ କଳଯାଉଥିବାବେବେଳ ଦୁର୍ଘଟଣା ଘଟିଥିଲା।

Leave A Reply

Your email address will not be published.