Below header

ଆଜିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ, ଅଧ୍ୟାପକ ମିଳିତ ମଞ୍ଚ

ଭୁବନେଶ୍ୱର (କେ ନ୍ୟୁଜ୍) : ଆଜିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ, ଅଧ୍ୟାପକ ମିଳିତ ମଞ୍ଚ । ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ରାଜ୍ୟ ସରକାରଙ୍କ ସର୍ତ୍ତମୂଳକ ଅନୁଦାନ ଆଇନ ପ୍ରତ୍ୟାହାର, ଯୋଗ୍ୟ ବିବେଚିତ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ଚାକିରି ସର୍ତ୍ତାବଳୀ ଆଦି ପ୍ରଦାନ ଦାବି ନେଇ ହଜାର ହଜାର ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ । ଦାବି ପୂରଣ ପଯ୍ୟର୍ନ୍ତ ଅହୋରାତ୍ର ଆନ୍ଦୋଳନ ଚାଲିବ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ, ଅଧ୍ୟାପକ ମିଳିତ ମଞ୍ଚ କହିଛି । ରାଜ୍ୟ ସରକାର ବ୍ଲକଗ୍ରାଣ୍ଟକୁ ଉଚ୍ଛେଦ କରି ନୂଆ ଆଇନ ପ୍ରଣୟନ କରିଛନ୍ତି । ଯାହାକୁ ସଂଘ ପ୍ରତ୍ୟାଖାନ କରିଛି । ସେହିପରି ଚାକିରି କାଳକୁ ବାଦ ଦେଇ ଯେଉଁ ଅନୁଦାନ ଆଇନ ସରକାର କରିଛନ୍ତି, ତାହା ପୁଣି ଏକ ବ୍ଲକଗ୍ରାଣ୍ଟର ରୂପ ନେବ ବୋଲି ସଂଘ କହିଛି । ଏହାକୁ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସଂଘ ଦାବି କରି ରାଜରାସ୍ତାକୁ ଓହ୍ଲାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.