Below header

କଲଭର୍ଟ ତଳକୁ ଖସିଲା କାର୍ : ମୃତ୍ୟୁ ମୁଖରୁ ବର୍ତ୍ତିଲେ ଡ୍ରାଇଭର୍ ସହ ୩ ଜଣ ଯାତ୍ରୀ

ବାଲେଶ୍ୱର (କେ ନ୍ୟୁଜ୍) : କଲଭର୍ଟ ତଳକୁ ଖସିଲା କାର୍ । ମୃତ୍ୟୁ ମୁଖରୁ ବର୍ତ୍ତିଲେ ଡ୍ରାଇଭର୍ ସହ ଗୋଟିଏ ପରିବାରର ୩ ଜଣ ସଦସ୍ୟ । ବାଲେଶ୍ୱରର ୬୦ ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ଏକ କାର୍ ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ଖସିପଡିଥିଲା । କାରଟି ଚନ୍ଦନେଶ୍ୱରରୁ ନୀଳଗିରି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ଚଳନ୍ତା ଅବସ୍ଥାରେ କାର୍ର ଆଗ ଚକ ଫାଟିଯାଇଥିଲା । ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.