Below header

ପୂରଣ ହେଉନି ପ୍ରତିଶୃତି ଆଉ ହଟୁନି ଧାରଣା, ରାଜରାସ୍ତାରେ ଶିକ୍ଷକ ପାଳିଲେ ନୂଆଁଖାଇ

ଭୁବନେଶ୍ବର(କେନ୍ଯୁଜ୍) : ଭୁବନେଶ୍ୱରରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନକୁ ଆଜି ମାସେ ପୁରିଲା। ତଥାପି ପୂରଣ ହେଉନି ସେମାନଙ୍କ ପ୍ରତିଶୃତି, ଆଉ ହଟୁନି ଧାରଣା। ରାଜରାସ୍ତାରେ ହିଁ ଗୁରୁଦିବସ, ଗଣେଶ ପୂଜା ପାଳନ କରିଥିବାବେଳେ ଆଜି ନୂଆଁକାଇ ମଧ୍ଯ ପାଳନ କରୁଛି ମଞ୍ଚ।

teacherସଚିବାଳୟରେ ଶିକ୍ଷକ ପ୍ରତିନିଧିଙ୍କ ସହ ସରକାରଙ୍କ ଆଲୋଚନା ବିଫଳ ହେବା ପରେ ଜାରି ରହିଛି ଧାରଣା। ଆଲୋଚନାରୁ କିଛି ସମାଧାନ ରାସ୍ତା ନ ଫିଟିବାରୁ ଧାରଣା ଚାଲିଛି। ପୂର୍ଣ୍ଣ ଅନୁଦାନ ପ୍ରଦାନ ସହ ଚାକିରୀ ସର୍ତ୍ତାବଳୀ ଲାଗୁ, ସପ୍ତମ ବେତନ କମିସନ ସୁପାରିସ ଲାଗୁ, ବକେୟା ଦରମା ପ୍ରଦାନ ଆଦି ବିଭିନ୍ନ ଦାବିରେ ଆନ୍ଦୋଳନ ଜାରି ରଖିଛି ସ୍କୁଲ କଲେଜ ମିଳିତ ମଞ୍ଚ ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ବାସଭବନ ଘେରିଲେ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ

gherauସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ବାଲେଶ୍ୱର ଜିଲ୍ଲା ଭୋଗରାଇସ୍ଥିତ ବାସଭବନ ଘେରିଲେ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ମାସେ ପରେ ମଧ୍ୟ ସେମାନଙ୍କ ଦାବି ପୂରଣ ହୋଇନଥିବାରୁ ୪୦୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ ମନ୍ତ୍ରୀଙ୍କ ବାସଭବନକୁ ଯାଇ ଗୁହାରୀ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.