ବଲାଙ୍ଗିର: ଛାତ୍ରଛାତ୍ରୀଙ୍କଠାରୁ ଶିକ୍ଷକମାନେ ଟଙ୍କା ନେଉଥିବାର ଭିଡିଓ ଭାଇରଲ, କପି ପାଇଁ ନା ଅନ୍ୟ କିଛି କାରଣ ଏନେଇ ଉଠିଛି ପ୍ରଶ୍ନ
ବଲାଙ୍ଗିର(ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ଗାଁରେ ଥିବା ବି.ଆର୍ ଆମ୍ବେଦକର ହାଇସ୍କୁଲର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କଠାରୁ ଟଙ୍କା ନେଉଥିବା ଭିଡିଓ ଭାଇରାଲ ହେଉଛି। ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ କପି ଯୋଗାଇ ଦିଆଯିବ ବୋଲି ଏହି ଭିଡିଓରେ କିଏ ଜଣେ କହୁଛନ୍ତି। ଏହି ଭିଡିଓରେ ଟଙ୍କା ନେଇଥିବା ସତ କିନ୍ତୁ କୌଣସି କପି ଯୋଗାଇଦେବା ପାଇଁ ନୁହେଁ ବରଂ ସ୍କୁଲର ବାର୍ଷିକ ଫିସ୍ ନେଉଥିବା କହିଛନ୍ତି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୃତିବାସ ଦାସ। ସ୍କୁଲକୁ ବଦ୍ନାମ କରିବାକୁ କିଏ ଏମିତି ଭିଡିଓ ଭାଇରାଲ କରି ମିଥ୍ୟା ତଥ୍ୟ ଦେଇଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କହିଛନ୍ତି।