ଆଇଫୋନ ୟୁଜରଙ୍କ ପାଇଁ ଖୁସି ଖବର, ୨୦୨୦ରେ 5G ସପୋର୍ଟ ସହିତ ମିଳିବ ଏହିସବୁ ଖାସ ଫିଚର୍ସ
ଆଇଫୋନକୁ ନେଇ ଆଜିକାଲି ବଜାରରେ ଅନ୍ଦାଜ ଲଗାଇବା ଆରମ୍ଭ କରାଯାଇଛି । ଠିକ ସେହିପରି ବର୍ତ୍ତମାନ ଆଉ ଏକ ଖବର ମଧ୍ୟ ନଜରକୁ ଆସିଛି ଯେ ଚଳିତବର୍ଷ ଆଇଫୋନ ଏକ ନୂଆ ଅପଗ୍ରେଡ଼ କରିପାରେ । ୨୦୨୦ ମସିହାରେ ଆଇଫୋନର ସବୁଠାରୁ ଖାସ ଫିଚର 5G ନେଟୱାର୍କ ଏଥିରେ ସପୋର୍ଟ କରିବ ବୋଲି ସୂଚନା ମିଳିଛି । ଯଦିଓ ଆପଲର ରେଭେନ୍ୟୁ ଦିନକୁଦିନ ହ୍ରାସ ହେବାରେ ଲାଗିଛି ଏବଂ ଏହାର ଏକମାତ୍ର ନିବାରଣ ଆଗକୁ ଆସୁଥିବା 5G ଆଇଫୋନ ହୋଇପାରେ ।
ଆପଲର ଏହି ନୂଆ ଆଇଫୋନରେ ଗ୍ରାହକ ମାନଙ୍କୁ ଟଚ ଆଇଡି ଫିଙ୍ଗରପ୍ରିଣ୍ଟ ସେନ୍ସର ମିଳିପାରେ । ଯଦିଓ ଏହି ନୂଆ ଫିଚର ଦ୍ୱାରା ଆପଲ ମାର୍କେଟରେ ଅନ୍ୟ ପ୍ରଡକ୍ଟକୁ କଡା ଟକ୍କର ଦେଇପାରେ । ସୂଚନା ଅନୁଯାୟୀ ଆଗାମୀ ଆଇଫୋନରେ ଗ୍ରାହକମାନଙ୍କୁ 3D କ୍ୟାମେରା ଭଳି ସୁବିଧା ମଧ୍ୟ ମିଳିବ । ରିପୋର୍ଟରେ କୁହାଯାଇଛି ଯେ ଏଥିରେ 3D କ୍ୟାମେରାରୁ ଅଧିକ Depthର ଫଟୋ କ୍ଲିକ କରାଯାଇପାରିବ । ଏହାବ୍ୟତୀତ ଚଳିତବର୍ଷ ଆଇଫୋନର ସ୍କ୍ରିନ ମଧ୍ୟ 5.4 ଇଞ୍ଚ ପର୍ଯ୍ୟନ୍ତ ହୋଇପାରେ ।
କୁହାଯାଉଛି ଯେ 5G ସପୋର୍ଟ ପାଇଁ ଆପଲ ଏଥର ନୂଆ ଆଇଫୋନକୁ କ୍ଵାଲାକମ ଏବଂ ସାମସଙ୍ଗ 5G ଚିପ୍ସ ଦେବ ଯାହାକୁ ଏହି ଆଇଫୋନରେ ବ୍ୟବହାର କରାଯିବ । ନିକଟରେ କ୍ଵାଲାକମ ଏବଂ ଆପଲ ନିଜର ଆଇନଗତ ବିବାଦକୁ ସାମଧାନ କରିଛନ୍ତି । ତେବେ ବର୍ତ୍ତମାନ ଆପଲ ପାଇଁ 5G ଫିଲଡରେ ନୂଆ ରାସ୍ତା ଖୋଲିଯାଇଛି ।