Below header

Xiaomi ଭାରତରେ ଲଞ୍ଚ୍‌ କଲା ଇଲେକ୍ଟ୍ରିକ୍‌ ଟୁଥ୍‌ବ୍ରଶ୍‌, ଜାଣନ୍ତୁ ଏହାର ଦାମ୍‌ ଓ ଫିଚର

ଚୀନ୍‌ର ଟେକ୍‌ କମ୍ପାନୀ ସାଓମି ଭାରତରେ ଏମ୍‌ଆଇ ଇଲେକ୍ଟ୍ରିକ୍‌ ଟୁଥବ୍ରଶ୍‌ ଟି୩୦୦ ଲଞ୍ଚ୍‌ କରିଛି। କମ୍ପାନୀର ୱେବ୍‌ସାଇଟ୍‌ରେ ଏହାର ଦାମ୍‌ ୧୨୯୯ ଟଙ୍କା ରହିଛି। ଏହାକୁ କ୍ରାଉଡଫଣ୍ଡିଂ ତରଫରୁ ଲଞ୍ଚ୍‌ କରାଯାଇଛି। ଅର୍ଥାତ୍‌ ଆପଣ ଏହାକୁ ଦୋକାନ କିମ୍ବା ଅନ୍‌ଲାଇନ୍‌ରୁ କିଣିପାରିବେ ନାହିଁ। ଯଦି କମ୍ପାନୀକୁ ଏକ ହଜାର ଟୁଥ୍‌ବ୍ରଶ୍‌ ପାଇଁ ଫଣ୍ଡିଂ ମିଳିବ ତେବେ ଯାଇ ଗ୍ରାହକ ଏହାକୁ କିଣିପାରିବେ ବୋଲି ଜଣାଯାଇଛି।

TOOTHBRUSH

କମ୍ପାନୀ ଏହି ଇଲେକ୍ଟ୍ରିକ୍‌ ଟୁଥ୍‌ବ୍ରଶ୍‌ର ଡେଲିଭରି ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ କରିବ। କମ୍ପାନୀର କହିବାନୁସାରେ ଏହି ବ୍ରଶ୍‌ ୨୫ ଦିନର ବ୍ୟାଟେରୀ ବ୍ୟାକ୍‌ଅପ୍‌ ସହ ଉପଲବ୍ଧ ହେଉଛି। ଏହାର ବ୍ୟାଟେରୀକୁ ଚାର୍ଜ କରିବା ପାଇଁ USB-C ଆଡପ୍ଟର ବ୍ୟବହାର କରାଯିବ।
ଏହା IPX7 ଓ୍ଵାଟର ରେଜିଷ୍ଟାନ୍ସ ସହ ଉପଲବ୍ଧ ହେଉଛି। ଅର୍ଥାତ୍‌ ଏହାକୁ ପାଣିରେ ବ୍ୟବହାର କଲେ ମଧ୍ୟ ଏହା ନଷ୍ଟ ହେବ ନାହିଁ। ପ୍ଲାଷ୍ଟିକ୍‌ ବ୍ରଶ୍‌ ହେଡ୍‌ ହୋଇଥିବାରୁ ଏହାକୁ ଷ୍ଟୋର କରିବା ସହଜ ହେବ।

xiaomi-electric-toothbrush-t300

ସାଓମିର ଏହି ଇଲେକ୍ଟିକ ବ୍ରଶ୍‌ରେ DuPont TyneX StaClean ବ୍ରିସ୍‌ଲ୍ସ ଦିଆଯାଇଛି, ଯାହା ଦୁଇ ଦାନ୍ତ ମଝିକୁ ସଫା କରିବାରେ ସାହାଯ୍ୟ କରେ। ଏହି ବ୍ରଶ୍‌ରେ ମ୍ୟାଗ୍ନେଟିକ୍‌ ଲେବିଟେଶନ୍‌ ସୋନିକର ବ୍ୟବହାର କରାଯାଇଛି। ଏହି ବ୍ରଶ୍‌ ଗୋଟିଏ ମିନିଟ୍‌ରେ ୩୧ ହଜାର ଥର ଭାଇବ୍ରେସନ୍‌ କରେ ବୋଲି କମ୍ପାନୀ ଦାବି କରିଛି। ଏଥିରେ ବ୍ରଶିଂ ମୋଡ୍‌ ଉପଲବ୍ଧ ଅଛି।

xiaomi-electric-toothbrush-t300

ବ୍ରଶ୍‌ର ଡିଜାଇନ୍‌ ବେଶ୍‌ ସାଧାରଣ ରହିଛି। ଏହାକୁ ହ୍ଵାଇଟ୍‌ କଲର ଭାରିଏଣ୍ଟରେ ଲଞ୍ଚ୍‌ କରାଯାଇଛି। ଅନ୍ୟ ବ୍ରଶ୍‌ ମଧ୍ୟରେ ଏହାକୁ ସହଜରେ ଚିହ୍ନିବା ପାଇଁ ଏଥିରେ କମ୍ପାନୀ ତରଫରୁ କଲରଫୁଲ ରିଂ ବ୍ୟବହାର କରାଯାଇଛି, ଯାହା ତିନିଟି ରଙ୍ଗରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.