ମନ ଜିଣିଗଲେ ସାମ୍ବାଦିକ, ହଜିଥିବା ଏକ ଦାମୀ ମୋବାଇଲକୁ ପାଇ ଫେରସ୍ତ କଲେ ଧର୍ମଶାଳାର ସାମ୍ବାଦିକ କିଶୋର କୁମାର ରାଉତ

ଯାଜପୁର(କେନ୍ୟୁଜ): ଅନେକ ସମୟରେ ଦେଖାଯାଏ ଯେ କିଛି ଲୋକ ଲୋଭର ବଶବର୍ତ୍ତୀ ହୋଇ ମାନବିକତାକୁ ମାରିଦିଅନ୍ତି।। ନିଜର ନ୍ୟସ୍ତ ସ୍ୱାର୍ଥ ପାଇଁ ଅନ୍ୟର ତଣ୍ଟି ଚିପିବାକୁ ମଧ୍ୟ ପଛାନ୍ତି ନାହିଁ। ହେଲେ ଆଜି ବି ଏମିତି ଲୋକ ଅଛନ୍ତି ନିଜର ମାନବିକତାକୁ ଶ୍ରେଷ୍ଠ ସମ୍ପତି ଭାବି ନିଃସ୍ୱାର୍ଥପର ପରୋପକାରିତାକୁ ନିଜର ବ୍ରତ କରିଥାନ୍ତି। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ସାମ୍ବାଦିକ କିଶୋର କୁମାର ରାଉତ।

ଶୁକ୍ରବାର କିଶୋର ଜାରକା ଆସୁଥିବା ସମୟରେ ସିନେମା ହଲ ନିକଟରୁ ଏକ ମୋବାଇଲ ପାଇଥିଲେ। ପାଇବା ସମୟରେ ମୋବାଇଲଟି ସୁଇଚ ଅଫ ଥିଲା। ପରେ ମୋବାଇଲଟିର ସୁଇଚ ଅନ କରି କଲ ଲିଷ୍ଟକୁ ଦେଖିଥିଲେ। ଏହି ଲିଷ୍ଟରେ ରାମକୋ କମ୍ପାନୀର ଅନେକ କର୍ମଚାରୀଙ୍କ ନମ୍ବର ଥିବା ଦେଖିବାକୁ ପାଇଥିଲେ। ସେଥି ମଧ୍ୟରୁ ଏକ ନମ୍ବର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ତାହା ସମ୍ଭବ ହୋଇନଥିଲା। ପରେ ନିଜ ମୋବାଇଲରୁ ଜଣେ କର୍ମଚାରୀଙ୍କୁ ଫୋନ କରିବାରୁ ଉକ୍ତ ମୋବାଇଲଟି ରାମକୋ କମ୍ପାନୀର ଅଫିସର ଆଶିଷ ଗୋୟେଲଙ୍କର ବୋଲି ଜାଣିବାକୁ ପାଇଥିଲେ। ତୁରନ୍ତ ମୋବାଇଲଟିକୁ ଆସି ନେଇଯିବାକୁ କହିଥିଲେ।

dharmasala reporter

ତେବେ ଗତ ୪ଦିନ ତଳେ ଆଶିଷ କମ୍ପାନୀରୁ ଫେରୁଥିବା ସମୟରେ ସିନେମା ହଲ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ମୋବାଇଲଟି ତାଙ୍କ ପକେଟରୁ ବାହାରି ରାସ୍ତା କଡ଼କୁ ଛିଟିକି ପଡି ସୁଇଚ ଅଫ ହୋଇଯାଇଥିଲା। ପରେ ସେ ଜାରକା ବିଟ ହାଉସରେ ଲିଖିତ ଅଭିଯୋଗ କରିବାସହ କମ୍ପାନୀ ସହ କଥାବାର୍ତ୍ତା ହୋଇ ମୋବାଇଲ ସୀମକୁ ବ୍ଲକ କରିଦେଇଥିଲେ। ଯେଉଁଥିପାଇଁ କିଶୋର ମୋବାଇଲ ପାଇବା ପରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ପର ହୋଇନଥିଲା। ତେବେ ଆଜି ଆଶିଷ ଖବର ପାଇ ଜାରକା ଆସି କିଶୋରଙ୍କ ଠାରୁ ନିଜ ହଜିଥିବା ମୋବାଇଲଟିକୁ ଗ୍ରହଣ କରି ବେଶ ଖୁସି ଅନୁଭବ କରିଛନ୍ତି। କିଶୋରଙ୍କ ଏଭଳି ମାନବିକତା ପଣିଆକୁ ସମସ୍ତେ ପ୍ରଶଂସା କରିବା ସହ ଧର୍ମଶାଳା ପ୍ରେସ କ୍ଲବର ସମସ୍ତ ସାମ୍ବାଦିକ ବନ୍ଧୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.