ସ୍ୱପ୍ନରେ ସାପ ଏସବୁ କରୁଥିବା ଦେଖୁଛନ୍ତି କି! ଜାଣନ୍ତୁ ପ୍ରକୃତ ଜୀବନରେ ଏହାର ଅର୍ଥ କ’ଣ?
ଆମେ ମାନେ ପ୍ରାୟତଃ ସ୍ୱପ୍ନରେ ମଣିଷ କିମ୍ବା ଜୀବଜନ୍ତୁଙ୍କୁ ଦେଖିଥାଉ। କୁହାଯାଏ ଯେ ଜୀବନରେ ଯାହା ଚାଲିଥାଏ ସ୍ୱପ୍ନରେ ତାହା ଏକ କାହାଣୀ ଆକାରରେ ଦେଖିବାକୁ ମିଳେ। ବେଳେବେଳେ ସ୍ୱପ୍ନ ମଧ୍ୟ ଆସିବାକୁ ଥିବା ବିପଦ ବିଷୟରେ ଆଗୁଆ ସୂଚନା ଦେଇଥାଏ। ପ୍ରତ୍ୟେକ ସ୍ୱପ୍ନର ଭିନ୍ନ ଭିନ୍ନ ସଙ୍କେତ ଦେଇଥାଏ।
ବେଳେବେଳେ ସ୍ୱପ୍ନରେ ଆମେ ସାପ ଦେଖିଥାଉ। ଏହା କେତେ ବେଳେ ଶୁଭ ହୋଇଥାଏ ତ ଆଉ କେବେ ଅଶୁଭ। ଆପଣ କେଉଁ ଅବସ୍ଥାରେ ସ୍ୱପ୍ନରେ ସାପ ଦେଖୁଛନ୍ତି ତାହା ଉଭୟ ଶୁଭ ଅଶୁଭ ଉପରେ ନିର୍ଭର କରିଥାଏ। ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ସାପ ଯଦି ଏସବୁ କରୁଥାଏ, ତେବେ ଏହାର ଅର୍ଥ କ’ଣ:
ସାପ କାମୁଡ଼ୁଥିଲେ:
ସ୍ୱପ୍ନରେ ଯଦି ଆପଣଙ୍କୁ ସାପ କାମୁଡ଼ୁଛି ବୋଲି ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ସାପ କାମୁଡ଼ିବାର ଅର୍ଥ ଆଗାମୀ ଦିନରେ ଆପଣ ଭୟଙ୍କର ରୋଗରେ ପୀଡ଼ିତ ହୋଇପାରନ୍ତି। ଆପଣଙ୍କୁ ଶାରୀରିକ ଯନ୍ତ୍ରଣା ଭୋଗିବାକୁ ପଡ଼ିପାରେ।
ସାପ ଆପଣଙ୍କ ପଛରେ ଦୌଡ଼ୁଥିଲେ:
ଯଦି ସ୍ୱପ୍ନରେ ସାପ ଆପଣଙ୍କ ପଛରେ ଗୋଡ଼ାଉଥିବା ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି ଜୀବନରେ ଆପଣ କୌଣସି କଥାକୁ ନେଇ ଭୟଭୀତ ଅଛନ୍ତି କିମ୍ବା କୌଣସି ଏଭଳି ସତକୁ ସ୍ୱୀକାର କରିବାକୁ ନାରାଜ ଅଛନ୍ତି, ଯାହା ଆପଣଙ୍କୁ ପସନ୍ଦ ଆସୁନାହିଁ।
ମୃତ ସାପ:
ସ୍ୱପ୍ନରେ ମୃତ ସାପ ଦେଖୁଥିଲେ ଏହାର ଅର୍ଥ ହେଉଛି ଆପଣ ରାହୁଙ୍କ ଫଳ ସମ୍ପୂର୍ଣ୍ଣ ଭାବେ ଭୋଗ କରିସାରିଛନ୍ତି ଓ ଏବେ କଷ୍ଟ ସମାପ୍ତ ହେବାକୁ ଯାଉଛି। ଏବେ ରାହୁ ଆପଣଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବେ ନାହିଁ।
ସାପର ଦାନ୍ତ:
ଯଦି ସ୍ୱପ୍ନରେ ସାପର ଦାନ୍ତ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କ କୌଣସି ଅନ୍ତରଙ୍ଗ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ କ୍ଷତି ହୋଇପାରେ। ସ୍ୱପ୍ନ ଦେଖିବାର କିଛି ଦିନ ପର୍ଯ୍ୟନ୍ତ ସମସ୍ତ କାମକୁ ଭାବିଚିନ୍ତି କରନ୍ତୁ।
ସାପ ଓ ନେଉଳଙ୍କ ଲଢ଼େଇ:
ସାପ ଓ ନେଉଳ ଲଢ଼େଇ ଦେଖିବାର ଅର୍ଥ ହେଉଛି ଆପଣ କୌଣସି ମାମଲାକୁ ନେଇ କୋର୍ଟ କଚେରି ଦୌଡ଼ି ପାରନ୍ତି। ମାଲିମକଦ୍ଦମା ସହ ଏହି ସ୍ୱପ୍ନର ସମ୍ପର୍କ ରହିଛି।