ଗାଡି ଚଳାଉଥିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି ଭୁଲ, ନଚେତ ହରେଇବାକୁ ପଡିପାରେ ଡ୍ରାଇଭିଙ୍ଗ ଲାଇସେନ୍ସ
ଦିନ କୁ ଦିନ ଦେଶରେ ଟ୍ରାଫିକ ନିୟମ କଡାକଡି ହେବାରେ ଲାଗିଛି । କିନ୍ତୁ ଏମିତି ହିଁ କିଛି ଭୁଲ ଅଛି ଯାହା କଲେ ଟ୍ରାଫିକ ପୋଲିସ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ତିନି ମାସ ପାଇଁ ଜବତ କରିଦେବ । କିନ୍ତୁ ସାଧାରଣତଃ ଲୋକ ମାନଙ୍କୁ ଏହି ନିୟମ ଗୁଡିକ ବିଷୟରେ ଜଣାନଥାଏ । ତେଣୁ ଅଧା ରାସ୍ତାରେ ସେମାନଙ୍କୁ ହଟହଟା ହେବାକୁ ପଡେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଭୁଲ ଗୁଡିକ ବିଷୟରେ ଅବଗତ କରିବାକୁ ଯାଉଛୁ ।
ଫୁଟପାଥରେ ଗାଡି ଚଳାଇଲେ :
ଅଧିକାଂଶ ସମୟରେ ଟ୍ରାଫିକ ଜାମ କାରଣରୁ ଯାତ୍ରୀ ମାନେ ଫୁଟପାଥରେ ଗାଡି ଚଳେଇଥାନ୍ତି । ବାଇକ ଆରୋହୀ ମାନେ ହିଁ ଏପରି ଭୁଲ କରିଥାନ୍ତି । ଯେବେକି ଫୁଟପାଥ କେବଳ ମାତ୍ର ପଦଯାତ୍ରୀ ମାନଙ୍କ ପାଇଁ ହିଁ ନିର୍ମାଣ କରାଯାଇଥାଏ । କିନ୍ତୁ ଯଦି ଆପଣ ଫୁଟପାଥରେ ଗାଡି ଚଳେଇବାର ଭୁଲ କରନ୍ତି ତେବେ ଟ୍ରାଫିକ ପୋଲିସ ଆପଣଙ୍କ ଠାରୁ ମୋଟା ଅଙ୍କର ଚାଲାଣ ଆଦାୟ କରିବା ସହିତ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ମଧ୍ୟ ରଦ୍ଦ କରିଦେବେ ।
ରାସ୍ତାର ଲେନ ବଦଳାଇଲେ:
ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅନେକ ସମୟରେ ହଟାତ ନିଜ ଲେନ ବଦଳାଇ ଦିଅନ୍ତି । ଅବଶ୍ୟ ଏହି ଟ୍ରିକ ଅନେକ ସମୟରେ ବିପଦ ଆଣିଦେଇଥାଏ । ଯାତ୍ରୀ ଜଣକ ୪୦ କିଲୋମିଟର ସ୍ପିଡ଼ରେ ଗାଡି ଚଳାଉଥିଲେ ହୁଏତ ଲେନ ବଦଳାଇବା ସହଜ ହୋଇଥାଏ । କିନ୍ତୁ ଏହା ଠାରୁ ଅଧିକ ସ୍ପିଡ଼ରେ ଡ୍ରାଇଭିଙ୍ଗ କରୁଥିଲେ ଏହି ଟ୍ରିକ ବିପଦ ଆଣିଦିଏ । କିନ୍ତୁ ଏଣିକି ଏମିତି ଭୁଲ କଲେ ଆପଣଙ୍କ ଲାଇସେନ୍ସକୁ ତିନି ମାସ ପାଇଁ ରଦ୍ଦ କରି ଦିଆଯିବ ।
ଆମ୍ବୁଲାନ୍ସର ରାସ୍ତା ଅଟକାଇଲେ :
ଯଦି ଆପଣ ରାସ୍ତା ମଝିରେ ଚଳନ୍ତା ଆମ୍ବୁଲାନ୍ସ ଅଟକାନ୍ତି ତେବେ ଆପଣଙ୍କୁ ଏକ ଭାରି ଜୋରିମାନା ଦେବାକୁ ପଡିପାରେ । ଏମିତିକି ଏହି ଭୁଲ ପାଇଁ ଲାଇସେନ୍ସ ବି ରଦ୍ଦ କରିଦିଆଯିବ ।
ରାସ୍ତାରେ ରେସିଙ୍ଗ କରୁଥିଲେ:
ଯଦି ଆପଣ ଯାତ୍ରୀବାହୀ ରାସ୍ତାରେ ଦ୍ରୁତ ଗାଡି ଚଳାନ୍ତି ବା ରେସିଙ୍ଗ କରୁଥାନ୍ତି ତେବେ ଆପଣଙ୍କୁ ବି ଭାରି ଜୋରିମାନା ଭୋଗିବାକୁ ପଡିପାରେ ।
ରାସ୍ତାରେ ପ୍ରେସର ହର୍ନ ମାରୁଥିଲେ:
ବିନା କାରଣରେ ରାସ୍ତାରେ ଜୋର ଜୋରରେ ହର୍ନ ମାରୁଥିଲେ ବି ଆପଣଙ୍କ ଠାରୁ ଟ୍ରାଫିକ ପୋଲିସ ଭାରି ଜୋରିମାନା ଆଦାୟ କରିବା ସହ ଆପଣଙ୍କ ଲାଇସେନ୍ସ ନେଇଯାଇପାରେ ।